ମନୋରଞ୍ଜନ

ଅଜବ ପୋଷାକ ପିନ୍ଧିବା ପଛର କାରଣ ଜଣାଇଲେ ଉର୍ଫି, ପ୍ରଶଂସା କଲେ ଲୋକେ – Ibnodisha

[ad_1]

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ଉର୍ଫି କାହା କଥା ନଶୁଣି ଭିନ୍ନ ଭିନ୍ନ ପୋଷାକ ପିନ୍ଧିବା ଜାରି ରଖିଛନ୍ତି।

ତେବେ ସେ ଏଭଳି କରିବା ପଛର ବଡ଼ କାରଣ ମଧ୍ୟ ରହିଛି। ଉର୍ଫି ଜାଭେଦ୍ ତାଙ୍କ ସଂଘର୍ଷ ବିଷୟରେ କହି ଅଜବ ପୋଷାକ ପିନ୍ଧିବାର କାରଣ ଜଣାଇଛନ୍ତି। ସେ କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ ଯେତେବେଳେ ତାଙ୍କୁ ବିଗ୍ ବସ ଓଟିଟିରୁ ବାହାରକୁ ଆସିବାକୁ ପଡ଼ିଲା, ସେତେବେଳେ ସେ ଅନୁଭବ କଲେ ଯେ ତାଙ୍କ ଜୀବନ ଶେଷ ହୋଇଯାଇଛି। ସେ ତାଙ୍କ ଜୀବନରେ ଏପର୍ଯ୍ୟନ୍ତ କିଛି କରିନାହାଁନ୍ତି।

ତାଙ୍କ କହିବା ମୁତାବକ, ‘ମୁଁ ଆମ ୭ଜଣଆ ପରିବାରକୁ ଚଳାଏ। ବିଗ୍ ବସରୁ ଆସିବା ପରେ କ’ଣ କରିବି? କିପରି ମୋ ଘରର ଯତ୍ନ ନେବି? ବର୍ତ୍ତମାନ ମୋତେ କେହି କାମ ଦେବେ ନାହିଁ ବୋଲି ଭାବିଥିଲି। ହେଲେ ଧୀରେ ଧୀରେ ଏହା ହୃଦୟଙ୍ଗମ ହେଲା ଯେ ମୋ ପୋଷାକ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏହା ଜାଣିବା ପରେ ମୁଁ ଭିନ୍ନ ଭିନ୍ନ ପୋଷାକ ଡିଜାଇନ କରି ପିନ୍ଧିବା ଆରମ୍ଭ କଲି। ଲୋକେ ମୋତେ ଏଥିପାଇଁ ଟ୍ରୋଲ କରୁଥିଲେ ବି ମୁଁ ଏଭଳି କରି ମୋ ଘର ଚଳାଇ ପାରୁଛି ଓ ସେମାନଙ୍କୁ ଖାଇବାକୁ ଦେଇପାରୁଛି। ଏହା ମୋ ପାଇଁ ବଡ଼ କଥା।

ଏ ବିଷୟରେ ଜାଣିବା ପରେ ସବୁବେଳେ ଉର୍ଫିଙ୍କୁ ଟ୍ରୋଲ କରୁଥିବା ଲୋକ ଏବେ ତାଙ୍କୁ ପ୍ରଶଂସା କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button