ଦେଶ

ନିଜକୁ ପତ୍ନୀ କହି ବାପାଙ୍କ ୧୨ଲକ୍ଷ ପେନସନ୍ ହଡପ କଲା ଝିଅ, ୧୦ବର୍ଷ ପରେ ହେଲା ଖୁଲାସା – Ibnodisha

[ad_1]

ଏଟା(ୟୁପି): ନିଜକୁ ପତ୍ନୀ କହି ବାପାଙ୍କ ୧୨ଲକ୍ଷ ପେନସନ୍ ହଡପ କଲା ଝିଅ। ୧୦ବର୍ଷ ପରେ ହେଲା ଖୁଲାସା। ଉତ୍ତରପ୍ରଦେଶର ଏଟାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଉତ୍ତରପ୍ରଦେଶର ଏଟାରେ ଜଣେ ଝିଅ ନିଜ ବାପାଙ୍କ ମୃତ୍ୟୁ ପରେ ବର୍ଷ ବର୍ଷ ଧରି ତାଙ୍କ ପେନ୍‌ସନ୍‌ ଟଙ୍କା ହଡପ କରୁଥିଲେ। ୧୦ବର୍ଷ ପ‌ରେ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବାରୁ ଏବେ ଅଭିଯୁକ୍ତ ଝିଅକୁ ଗିରଫ କରିଛି ପୁଲିସ। ମହିଳାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲକୁ ପଠାଯାଇଛି।

ସୂଚନା ମୁତାବକ, ଘଟଣାଟି ଘଟିଛି ଅଲିଗଞ୍ଜ ତହସିଲର କୁଞ୍ଚାଦାୟମ ଖାନ ମୋହଲ୍ଲାରେ। ଏଠାରେ ରହୁଥିବା ବିଜାରତ ଉଲ୍ଲା ଖାନ ନଭେମ୍ବର ୩୦, ୧୯୮୭ରେ ଲେଖପାଲ ପଦରୁ ଅବସର ନେଇଥିଲେ। ବିଜାରତ ଉଲ୍ଲା ଖାନଙ୍କ ବେଗମ୍ ସାବିଆଙ୍କର କିଛି ବର୍ଷ ପରେ ଦେହାନ୍ତ ହୋଇଥିଲା। ତା’ପରେ ଜାନୁଆରି ୨, ୨୦୧୩ରେ ବିଜାରତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା।

ବିଜାରତଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ମୋହସିନା ପରଭେଜ ପେନ୍‌ସନ୍‌ ଫର୍ମରେ ନିଜକୁ ବିଜାରତଙ୍କ ବେଗମ୍ ଭାବରେ ଦେଖାଇ ପେନସନ ନେବା ଆରମ୍ଭ କରିଥିଲେ। ୧୦ବର୍ଷ ହେଲାଣି କାହାକୁ ଏହା ବିଷୟରେ ଜଣାନଥିଲା। କିନ୍ତୁ ସତ କେତେ ଦିନ ଅବା ଲୁଚି ରହିଥାନ୍ତା। ଶେଷରେ ୧୦ବର୍ଷ ପରେ ଏବେ ମୋହସିନାଙ୍କ ସତ ସାମ୍ନାକୁ ଆସିଛି। ଡେପୁଟି କଲେକ୍ଟର ମାନବେନ୍ଦ୍ର ସିଂଙ୍କୁ ଏନେଇ ଅଭିଯୋଗ କରାଯିବାରୁ ସେ ଘଟଣାର ଅନୁସନ୍ଧାନ କରିଥିଲେ। ତାଙ୍କୁ ନେଇ ତଦନ୍ତ ଚାଲୁଥିବା ଜାଣି ମ‌ୋହସିନା ଫେରାର ହୋଇଯାଇଥିଲେ। ହେଲେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button