ମନୋରଞ୍ଜନ

ମାତ୍ର ୧୮ ଦିନରେ ୧୦୦୦ କୋଟି ଟଙ୍କାର ବେପାର କରି ସାରିଲାଣି ଶାହରୁଖ୍‌ଙ୍କ ଫିଲ୍ମ ‘ଯବାନ’ – Ibnodisha

[ad_1]

ମୁମ୍ବାଇ: ସୁରପ୍‌ଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ‘ଯବାନ’ ପ୍ରେକ୍ଷାଳୟ‌ରେ କମାଲ୍‌ କରିବାରେ ଲାଗିଛି। ଏହି ସିନେମାର ବିଶ୍ବସ୍ତରୀୟ କଲେକ୍ସନ ପ୍ରାୟ ୧୦୦୦ କୋଟି ଟଙ୍କା ପାର୍‌ କରି ସାରିଲାଣି ବୋଲି ସୂଚନା ରହିଛି। ଗୋଟାଏ ବର୍ଷ ଭିତରେ ୨ଟି ୧୦୦୦ କୋଟି ଟଙ୍କାର ସିନେମା ଦେବାରେ ଶାହରୁଖ୍‌ ଖାନ୍‌ ହେଉଛନ୍ତି ପ୍ରଥମ ଅଭିନେତା।

ବଲିଉଡ୍‌ର ୩ଟି ଫିଲ୍ମ ୧୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ସେଥି ମଧ୍ୟରୁ ଅନ୍ୟତମ ହେଉଛି ‘ଯବାନ’। ମାତ୍ର ୧୮ ଦିନ ଭିତରେ କିଙ୍ଗ୍‌ଖାନ୍‌ଙ୍କ ଏହି ଫିଲ୍ମ ଏତେ କୋଟି ଟଙ୍କାର ବ୍ୟବସାୟ କରିପାରିଛି। କିଙ୍ଗ୍‌ଖାନ୍‌ ୧୦୦୦ କୋଟି ଟଙ୍କାର ଅନ୍ୟ ଏକ ସିନେମା ଦେଇ ନିଜେ ହିଁ ନିଜର ରେକର୍ଡ ଭଙ୍ଗ କରିଛନ୍ତି।

ଏହା ପୂର୍ବରୁ ‘ପଠାନ୍‌’ ବି ବିଶ୍ବସ୍ତରୀୟ ୧୦୦୦ କୋଟି ଟଙ୍କାର ବେପାର କରିଥିଲା। ହେଲେ ‘ପଠାନ’କୁ ୧୦୦ କୋଟି ଟଙ୍କା ଆୟ କରିବାକୁ ୨୭ ଦିନ ଲାଗି ଯାଇଥିଲା। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ‘ଯବାନ’ ଆଗରେ ରହିଛି।

ବଲିଉଡ୍‌ରେ ପ୍ରଥମେ ୧୦୦୦ କୋଟି ଟଙ୍କାର ବେପାର କରି ରେକର୍ଡ କରିଥିଲା ଆମୀର ଖାନ୍‌ଙ୍କ ଫିଲ୍ମ ‘ଦଙ୍ଗଲ୍‌’। ୨୦୧୬ ମସିହାରେ ଡିସେମ୍ବର ମାସରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ଗ୍ରସ୍‌ କଲେକ୍ସନ ୭୧୬ କୋଟି ଟଙ୍କା କରିଥିଲା। ୨୦୧୭ ମସିହା ଏପ୍ରିଲ୍‌-ମେ’ରେ ତାଇବାନ ଓ ଚୀନରେ ରିଲିଜ୍‌ ହୋଇଥିଲା। କେବଳ ଚୀନରେ ହିଁ ଫିଲ୍ମ‌ଟି ୩୦୦ କୋଟି ଟଙ୍କାର ବେପାର କରି ସମୁଦାୟ ୧୦୦୦ କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଥିଲା।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button