ରାଜ୍ୟ

ଜାଣନ୍ତୁ ଦୀପ ପ୍ରଜ୍ଜ୍ୱଳନ କରିବାର ସଠିକ୍‌ ଦିଗ, ଜୀବନରେ ଆଣିଦେବ ଧନ ଓ ସୁଖ ସମୃଦ୍ଧି

ହିନ୍ଦୁଧର୍ମରେ ଦୀପର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂଜା-ପାଠ ସମୟରେ ସକାଳ ଓ ସଂଧ୍ୟାରେ ଭଗବାନଙ୍କୁ ଦୀପ ପ୍ରଜ୍ଜ୍ୱଳନ କରାଯାଏ। ଏହାଦ୍ୱାରା ଘରେ ସକାରାତ୍ମକତା ଆସିଥାଏ ଏବଂ ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ବାସ୍ତୁରେ ଦୀପ ପ୍ରଜ୍ୱଳନ ସହ ଜଡିତ ଅନେକ ନିୟମ ରହିଛି। ତେବେ ଆସନ୍ତୁ ଜାଣିବା ଦୀପ ଜଳାଇବାର ସଠିକ ଦିଗ। ଯାହା ଆପଣଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ।

-ଦୀପର ମୁଖ ପୂର୍ବ ଦିଗ ଆଡକୁ ରଖିବା ଦ୍ୱାରା ଆୟୁଷ ବଢ଼ିଥାଏ।

-ଦୀପର ମୁଖ ପଶ୍ଚିମ ଦିଗ ଆଡକୁ କରିବା ଦ୍ୱାରା ଦୁଃଖ ବଢ଼ିଥାଏ।

-ଦୀପର ମୁହଁ ଉତ୍ତର ଦିଗ ଆଡକୁ ରହିଲେ ଧନଲାଭ ହୋଇଥାଏ।

-ଦୀପର ମୁଖ ଦକ୍ଷିଣ ଦିଗ ଆଡକୁ ରହିଲେ କ୍ଷତି ଘଟିଥାଏ। ଏହି କ୍ଷତି କୌଣସି ବ୍ୟକ୍ତିଙ୍କ ରୂପରେ ବା ଧନ ରୂପରେ ହୋଇପାରେ। କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଦୀପ ଜଳାଇବା ସମୟରେ ମନ୍ତ୍ର ଜପ କରନ୍ତୁ। ଏପରି କଲେ ଶୀଘ୍ର ସଫଳତା ମିଳିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button