IBN ଓଡ଼ିଶା ବ୍ୟୁରୋ

କ’ଣ ଆପଣଙ୍କୁ ଅଫିସ୍‌ରେ ଲଞ୍ଚ ପରେ ନିଦ ଆସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

ବାହାରର ପରିବେଶ ଯେଭଳି ହୋଇଥିଲେ ମଧ୍ୟ ଅଫିସ୍‌ ରେ କାମ କରୁଥିବା କର୍ମଚାରୀଙ୍କୁ ଖାଦ୍ୟ ଖାଇବା ପରେ ପ୍ରାୟତଃ ସମୟରେ ନିଦ ଆସିଥାଏ। ଏହି ନିଦକୁ ଦୂର କରିବା ପାଇଁ ଲୋକମାନେ ୩ ରୁ ୪କପ୍‌ ଚା’ ମଧ୍ୟ ପିଇଥାନ୍ତି କିନ୍ତୁ ନିଦ ତଥାପି ମଧ୍ୟ ନିଦ ଭାଙ୍ଗି ନଥାଏ। ସେହିଭଳି ଏନର୍ଜି ଡ୍ରିଙ୍କଭାବେ ଲୋକମାନେ ଦିନସାରା ଅଫିସ୍‌ରେ ଖୁବ୍‌ ସାରା ସୁଗାର ନିଜ ଶରୀରକୁ ନେଇଥାନ୍ତି। ଏଭଳି ପରିସ୍ଥିତିରେ ସୁଗାର ଲେବଲ୍‌ ବଢିବା ସହ ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚିଥାଏ।

sleep-ଯଦି ଆପଣଙ୍କ ଅଫିସ୍‌ ସମୟରେ ଅଧିକ ନିଦ ଆସୁଥାଏ ନିଦ ଭାଙ୍ଗିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଗୀତ ଶୁଣିବା। ଅଫିସ୍‌ରେ କାମ କରିବା ସମୟରେ ତ ଆପଣ ବିଲକୁଲ୍‌ ଗୀତ ଶୁଣିପାରିବେ ନାହିଁ କିନ୍ତୁ ଯେତେବେଳେ ଆପଣଙ୍କୁ ନିଦ ଆସୁଛି ସେହି ସମୟରେ ନିଶ୍ଚିତ ଗୀତ ଶୁଣନ୍ତୁ।

-ଅଫିସ୍‌ରେ କାମ କରିବା ସମୟରେ କିଛି ଛୋଟ ଛୋଟ ଖାଇବା ଜିନିଷ ନିଜ ପାଖରେ ରଖନ୍ତୁ। ଲଞ୍ଚ ପରେ ନିହାତି ଫାଇବର ଯୁକ୍ତ ହାଲୁକା ସ୍ନାକ୍‌ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ଲଡସୁଗାର ମଧ୍ୟ କଣ୍ଟ୍ରୋଲରେ ରହିପାରିବ।

seem-ଯଦି ଆପଣଙ୍କର ଚକଲେଟ୍‌ ଖାଇବାର ସୌକ୍‌ ଥାଏ ତେବେ ମିଲ୍କ ଚକଲେଟ୍‌ ବଦଳରେ ଡାର୍କ ଚକଲେଟ୍‌ ଖାଆନ୍ତୁ। ସେହିଭଳି ମିଠା ଜିନିଷ ଖୁବ୍‌ କମ ଖାଆନ୍ତୁ କାରଣ ଏହାକୁ ଅଧିକ ସେବନ କରିବା ଦ୍ୱାରା ବହୁତ ଜଲଦି ଆପଣଙ୍କୁ ଦୁର୍ବଳ ଅନୁଭବ ହୋଇଥାଏ ଏବଂ ଆପଣ ଅଳସୁଆ ହୋଇଯିବେ।

-ଆପଣଙ୍କୁ ଯଦି ଅଫିସରେ ବସିବା ସମୟରେ ବାରମ୍ବାର ଚା’ କିମ୍ବା କଫି ପିଇବାର ଅଭ୍ୟାସ ରହିଥାଏ ତେବେ ଆପଣ ଏହି ଅଭ୍ୟାସକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ। ଏହାବଦଳରେ ଆପଣ ଅଫିସରେ ଲେମ୍ବୁ ପାଣି ମଧ୍ୟ ସେବନ କରିପାରିବେ। ଲେମ୍ବୁ ପାଣି ଆପଣଙ୍କ ଶରୀରରେ ଶକ୍ତି ଯୋଗାଇଥାଏ। ଏହାବ୍ୟତୀତ ଲେମ୍ବୁ ପାଣି ଆପଣଙ୍କ ଚିନ୍ତି ଦୂର କରିବା ସହ ମୁଡ୍‌ ଠିକ୍‌ କରିଥାଏ।

drink-ଯଦି ଆପଣଙ୍କୁ ଅଫିସରେ ବହୁତ ଜୋର୍‌ରେ ନିଦ ଆସିଥାଏ ତେବେ ଆପଣ ତୁରନ୍ତ ନିଜ ସିଟ୍‌ ରୁ ଉଠି ଓ୍ଵାସରୁମ୍‌ ଯାଇ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଏକ ରିସର୍ଚ୍ଚ ଅନୁଯାୟୀ ଥଣ୍ଡା ପାଣି ଶରୀରରେ ଥିବା ରେଟିକ୍ୟୁଲର ସିଷ୍ଟମକୁ ଆକ୍ଟିଭ କରିଥାଏ, ଯାହାଦ୍ୱାରା ଦୁର୍ବଳପଣ ଦୂର ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button