IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଡାଇବେଟିସ ରୋଗୀଙ୍କ ପାଇଁ ଅମୃତ ସଦୃଶ ହୋଇଥାଏ ଏହି ଖାଦ୍ୟ, ଏଥିରୁ ମିଳିଥାଏ ଅନେକ ଫାଇଦା

ଦିନ କୁ ଦିନ ବଦଳୁଥିବା ଜୀବନଶୈଳୀ ସହ ସମୟର ଅଭାବ କାରଣରୁ ଆଉ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେଟା ଧ୍ୟାନ ଦେଇପାରୁ ନାହାନ୍ତି । ଘରେ ବି ରୋଷେଇ ନକରିପାରିବା କାରଣରୁ ଅଧିକାଂଶ ସମୟରେ ବାହାରର ଜଙ୍କ ଫୁଡ, ଫାଷ୍ଟ ଫୁଡ ତେଲ ମସଲା ଯୁକ୍ତ ଖାଦ୍ୟ ଉପରେ ଅଧିକ ନିର୍ଭର କରିବାକୁ ପଡୁଛି । ଯାହାକି ପରବର୍ତ୍ତୀ ସମୟରେ ଗମ୍ଭୀର ରୋଗର ପ୍ରମୁଖ କାରଣ ପାଲଟୁଛି । ଏସବୁ ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ନିଜ ଦୈନନ୍ଦିନ ଜୀବନ ଶୈଳୀରେ କିଛିଟା ପରିବର୍ତ୍ତନ ଆଣିବା ନିହାତି ଜରୁରୀ ।

roti

ସେଥିପାଇଁ ପ୍ରତିଦିନ ସକାଳ ଜଳଖିଆରେ ବାସୀ ରୋଟୀ ସହ ଥଣ୍ତା କ୍ଷୀର ଖାଇବା ମଧ୍ୟ ନିହାତି ଉପକାରୀ । କାରଣ ରୁଟି ଆଉ କ୍ଷୀରରେ ଭରପୁର ମାତ୍ରାରେ ଭିଟାମିନ, କ୍ୟାଲସିୟମ, ଆଇରନ,ପ୍ରୋଟିନ ଆଦି ତତ୍ତ୍ୱ ଭରପୁର ମାତ୍ରାରେ ମହଜୂତ ଥାଏ । ଏକ୍ସପର୍ଟଙ୍କ ଅନୁଯାୟୀ ଏହାର ସେବନରେ ଶରୀରକୁ ଥଣ୍ଡା ବି ମିଳିଥାଏ । ଅନ୍ୟ ପକ୍ଷରେ ଡାଇବେଟିସ ଓ ବ୍ଲଡ଼ ପ୍ରେସର ରୋଗୀଙ୍କ ପାଇଁ ଏହା କୌଣସି ଅମୃତ ଠାରୁ କମ ନୁହେଁ । ତେବେ ଆସନ୍ତୁ ଜାଣିବା

ଏହାର ଅନ୍ୟ କେତେକ ଫାଇଦା ଗୁଡିକ ବିଷୟରେ:

– ରାତିର ବାସୀ ରୁଟିକୁ ସକାଳେ କ୍ଷୀରରେ ବୁଡାଇ ଖାଇବା ଦ୍ୱାରା ଶରୀରର ସୁଗାର ନିୟନ୍ତ୍ରଣରେ ରହିଥାଏ । ଏହାକୁ ପ୍ରତିଦିନ ସେବନ କଲେ ଡାଇବେଟିସ କଣ୍ଟ୍ରୋଲରେ ରହିବା ସହ ଏହାର ଲକ୍ଷଣ ବି ଆଉ ଦେଖାଯିବା ବି କମିଯାଏ ।

– ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲରେ ରଖିବାରେ ବି ଏହା ବିଶେଷ ଭୂମିକା ନିଭେଇ ଥାଏ ।

 

– ଉଚ୍ଚ ରକ୍ତଚାପ କାରଣରୁ ହେଉଥିବା ରୋଗ ମାନଙ୍କରୁ ଶରୀରକୁ ସୁରକ୍ଷା ମିଳିଥାଏ ।

roti and milk

-ରୁଟିକୁ ଥଣ୍ଡା କ୍ଷୀର ସହ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକରୁ ବି କିଛିଟା ଆରାମ ମିଳିଥାଏ । କବ୍ଜ, ଦସ୍ତ, ଏସିଡ଼ିଟି ଆଦି ସମସ୍ୟାରୁ ଫାଇଦା ମିଳେ । ତେଣୁ ପେଟ ସମସ୍ୟା ଥିବା ଲୋକେ ନିଜ ଡାଏଟରେ ସାମିଲ କରିବା ଉଚିତ । ପାଚନ ତନ୍ତ୍ରକୁ ମଜବୂତ କରିବା, ପେଟ ଫୁଲିବା ରୋଗୀ ମାନଙ୍କ ପାଇଁ ଏହା ଏକ ଅମୁଲ୍ୟ ଔଷଧ ସଦୃଶ ହୋଇଥାଏ ।

– ସକାଳେ ଏହାକୁ ସେବନ କରିବା ଦ୍ୱାରା ଶରୀରର ତାପମାତ୍ରା ସାଧାରଣ ରହିଥାଏ । ଶରୀରର ବିଭିନ୍ନ ଅଂଶକୁ ଆରାମ ମିଳିଥାଏ ।

– ଯଦି ଆପଣ ଖୁବ ଦୁର୍ବଳ କିମ୍ବା ପତଳା । ତେବେ ଆପଣଙ୍କ ପାଇଁ ଏହା କୌଣସି ଟନିକ ଠାରୁ କମ ନୁହେଁ । ପ୍ରତିଦିନ ଜଳଖିଆ ହିସାବରେ ଏହାକୁ ଖାଇଲେ ଖୁବ କମ ଦିନ ଭିତରେ ଆପଣଙ୍କ ଶରୀର ହୃଷ୍ଟପୃଷ୍ଟ ହୋଇଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button