IBN ଓଡ଼ିଶା ବ୍ୟୁରୋ

ଭାତ ରାନ୍ଧିବା ପରେ ପେଜକୁ ଫିଙ୍ଗି ଦିଅନ୍ତୁ ନାହିଁ, ଏଥିରେ ରହିଛି ଯାଦୁକରୀ ଗୁଣ, ଏମିତି ଉପାୟରେ କରନ୍ତୁ ମୁହଁ ଓ କେଶରେ ଉପଯୋଗ

କିଛି ଲୋକ ଭାବନ୍ତି, ଭାତ ଖାଇଲେ ଫାଇଦା କମ୍‌ ଆଉ କ୍ଷତି ଅଧିକ ହୋଇଥାଏ। ଯେମିତି କି ଭାତ ଲୋକଙ୍କ ପେଟ ବଢ଼ାଇ ଦେଇଥାଏ। ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକେ କେବେ ବି ନିଜ ଡାଏଟ୍‌ରେ ଭାତ ସାମିଲ କରିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ସେମାନଙ୍କୁ ଏହା ଜଣା ନ ଥାଏ ଯେ ଭାତ କିମ୍ବା ଚାଉଳ କେତେ ଲାଭଦାୟକ ହୋଇଥାଏ। ତ୍ୱଚାର ଯତ୍ନ ପାଇଁ ଘରୋଇ ଉପାୟ ଆପଣାଉଥିବା ଲୋକଙ୍କୁ ଭାତ ପାଣି ବା ପେଜ ବ୍ୟବହାର କରିବା ଉଚିତ। ସପ୍ତାହରେ ଥରେ ପେଜ ବ୍ୟବହାର କରି ଆପଣ ସୌନ୍ଦଯ୍ୟର୍ ସହ ଜଡ଼ିତ ଅନେକ ସମସ୍ୟାକୁ ଦୂର କରିପାରିବେ।

r4

ପେଜରେ ଆପଣଙ୍କ ତ୍ୱଚାର ରଙ୍ଗ ଚମକି ଉଠିବ। ଏହାସହ ମୁହଁରେ ଥିବା ଦାଗ, କୁଞ୍ଚନ ଆଦି ଦୂର ହୋଇଯିବ। ଭାତ ପାଣି ବା ପେଜ ସ୍କିନ୍‌କୁ ଟାଇଟ୍‌ କରିଥାଏ। ଏଥିରେ ଭିଟାମିନ୍‌, ଲବଣ ଏବଂ ଆଣ୍ଟିଅକ୍ସିଡେଣ୍ଟ ପଯ୍ୟର୍ାପ୍ତ ମାତ୍ରାରେ ରହିଥାଏ, ଯଦ୍ଦ୍ଵାରା ତ୍ୱଚାରେ ନମନୀୟତା ବଜାୟ ରହିଥାଏ। ଏପରି କି, ପେଜକୁ ଭଲ କ୍ଲିଞ୍ଜର ରୂପେ ମଧ୍ୟ ଗଣାଯାଏ।

r55

ପେଜ ଥଣ୍ଡା ହୋଇଗଲା ପରେ ଆପଣ ଏହାକୁ ମୁହଁରେ ହାଲୁକା ଭାବେ ସମାଜ କରିପାରିବେ। ମସାଜ କରିବାର ୧୦ ମିନିଟ୍‌ ପରେ ପେଜରେ ହିଁ ହାତ ବୁଡ଼ାଇ ଏକ ଶୁଖିଲା କପଡ଼ାରେ ମୁହଁକୁ ପୋଛି ଦିଅନ୍ତୁ। ଏହାପରେ ତୁରନ୍ତ ଆପଣଙ୍କ ତ୍ୱଚାରେ ପବରିବର୍ତ୍ତନ ନଜର ଆସିବ। କେବଳ ଏତିକି ନୁହେଁ, ପେଜରେ ଆପଣ ଆପଣଙ୍କ କେଶରେ ମଧ୍ୟ ଚମକ ଆଣିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button