IBN ଓଡ଼ିଶା ବ୍ୟୁରୋ
ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ କମ୍ଲା ହାରିସ୍; ଇତିହାସକାର ଲିଚମ୍ୟାନଙ୍କ ଭବିଷ୍ୟବାଣୀ
ୱାଶିଂଟନ୍, ୮।୯: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ କମ୍ଲା ହାରିସ୍ । ଆମେରିକା ନିର୍ବାଚନକୁ ନେଇ ସବୁବେଳେ ଭବିଷ୍ୟବାଣୀ କରୁଥିବା ଜଣେ ଚର୍ଚ୍ଚିତ ଇତିହାସକାର ଆଲାନ୍ ଲିଚମ୍ୟାନ କମଳା ହାରିସଙ୍କ ବିଜୟ ନେଇ ଦାବି କରିଛନ୍ତି । ନ୍ୟୁୟର୍କ ଟାଇମ୍ସ ମୁତାବକ, ତାଙ୍କର ଦାବି ଏଥିଲାଗି ଗୁରୁତ୍ୱପୂର୍ଣ୍ଣ ଯେ ସେ ବିଗତ ୪୦ ବର୍ଷ ହେଲା କରିଥିବା ୧୦ରୁ ୯ଟି ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି ।
ଲିଚମ୍ୟାନ୍ ସେହି ହାତଗଣତି ଲୋକଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନେ ୨୦୧୬ରେ ଟ୍ରମ୍ପଙ୍କ ଜିତିବା ନେଇ ଭବିଷ୍ୟବାଣୀ କରିଥିଲେ । ଅବଶ୍ୟ ଜୁଲାଇରେ ବାଇଡେନ୍ ଯେତେବେଳେ ରାଷ୍ଟ୍ରପତି ପଦ ରେସ୍ରୁ ବାହାରିଗଲେ ସେତେବେଳେ ସେ ଏହି ନିଷ୍ପତ୍ତିକୁ ଡେମୋକ୍ରାଟିକ୍ ଦଳ ଲାଗି ଏକ ବଡ଼ ଭୁଲ୍ ବୋଲି କହିଥିଲେ । ଦେଢ଼ମାସ ପରେ ଏବେ ଲିଚମ୍ୟାନ୍ ନିଜ ସ୍ୱର ବଦଳିଯାଇଛି । ୫ ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ କମଳା ହାରିସ୍ ଜିତିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।