ଖେଳ

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ରେ ପରିବର୍ତ୍ତନ ୩ ପ୍ଲେୟରଙ୍କ କଟିବ ପତ୍ତା ! ଅଧିନାୟକଙ୍କୁ ନେଇ ଘାରିଛି ଚିନ୍ତା

ନୂଆଦିଲ୍ଲୀ ୦୮।୦୯: IPL ୨୦୨୫ । ସିଜିନ୍ରେ ଦେଖିବାକୁ ମିଳିବ ବଡ ପରିବର୍ତ୍ତନ । ଅନେକ ପ୍ଲେୟରଙ୍କୁ ଟିମ୍ କରିବ ରିଟେନ୍ ତ ଆଉ କିଛିକୁ କରିବ ରିଲିଜ୍ । ଖୁବ୍ଶୀଘ୍ର ଟିମ୍ ରିଟେନ୍ ପ୍ଲେୟରଙ୍କ ନାଁ ଘୋଷଣା କରିବ । ଆଉ ଅନ୍ୟ ପ୍ଲେୟର ଅକ୍ସନ ପାଇଁ ଓହ୍ଲାଇବେ ପଡିଆକୁ । ଖାସ୍ କରି ଟିମ୍ରେ ଦେଖିବାକୁ ମିଳିବ ଅନେକ ପରିବର୍ତ୍ତନ ।

ଏହି ଲିଷ୍ଟରେ ରହିଛି ଲକ୍ଷ୍ନୌ ସୁପର ଜଏଣ୍ଟସ୍ ।

 

ଫ୍ରାଞ୍ଚାଇଜ ନିଜ ଟିମରେ କରିବ ଅନେକ ପରିବର୍ତ୍ତନ । ଟିମ୍ ୩ ପ୍ଲେୟରଙ୍କୁ ବିଦା କରିବା ନିଶ୍ଚିତ । ଟିମ୍ କ୍ୱିଣ୍ଟନ୍ ଡି କକ୍ ଏବଂ ଦୀପକ ହୁଡାଙ୍କୁ ଡ୍ରପ୍ କରିବ । ଏହାବ୍ୟତୀତ ନବୀନ ଉଲ୍ ହକଙ୍କ ନାଁ ମଧ୍ୟ ଏହି ତାଲିକାରେ ସାମିଲ୍ ହୋଇଛି । ଖାସ୍ କରି କ୍ୟାପଟେନସିପ୍କୁ ନେଇ ଲକ୍ଷ୍ନୌରେ ଦେଖିବାକୁ ମିଳିପାରେ ଉତ୍ତେଜନା । କେ.ଏଲ୍ ରାହୁଲଙ୍କୁ ଅଧିନାୟକ କରିବାକୁ ଟିମ୍ ଆଗ୍ରହ ଦଖାଉନି । ତେଣୁ ରାହୁଲଙ୍କ ଅଧିନାୟକତ୍ୱ ଛଡ଼ାଇ ନିଆଯାଇପାରେ ।

 

ଲକ୍ଷ୍ନୌ କେ.ଏଲ୍ ରାହୁଲଙ୍କୁ ଅଧିନାୟକତ୍ୱରୁ ହଟାଇପାରେ । ଗତ ସିଜନରେ ଟିମର ପ୍ରଦର୍ଶନକୁ ନେଇ ଖୁସି ନଥିଲେ ସଞ୍ଜୀବ ଗୋଏଙ୍କା । ଏକଥାକୁ ନେଇ ଗୋଏଙ୍କା ଓ ରାହୁଲଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ନିକଟରେ ଦୁହେଁ ମଧ୍ୟ ସାକ୍ଷାତ କରିଥିଲେ । ଏହାପରେ ଖବର ଆସିଲା ଯେ ଦଳ ରାହୁଲଙ୍କ ପ୍ରତି ଆଗ୍ରହ ଦେଖାଉ ନାହିଁ । ତେଣୁ ଏହା ସମ୍ଭବ ଯେ ଲକ୍ଷ୍ନୌ IPL ୨୦୨୫ରେ ଟିମ୍ର ଅଧିନାୟକ ପରିବର୍ତ୍ତନ କରିପାରନ୍ତି ।

 

ତେବେ କ୍ୱିଣ୍ଟନ୍ ଡି କକ୍ ଆଇପିଏଲ୍ ୨୦୨୪ରେ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ୨୦୨୩ରେ ମଧ୍ୟ ହୋଇଥିଲେ ବିଫଳ । ଡି କକ୍ ୨୦୨୩ରେ ୪ଟି ମ୍ଯାଚରେ ୧୪୩ ରନ୍ ସ୍କୋର କରିଥିଲେ। ସେହିପରି ସେ ଆଇପିଏଲ୍ ୨୦୨୪ରେ ୧୧ଟି ମ୍ୟାଚ୍ ଖେଳି ସେ କରିଥିଲେ ମାତ୍ର ୨୫୦ ରନ୍ । ତେଣୁ ଲକ୍ଷ୍ନୌ ଏଥର ଡିକକ୍ ରିଲିଜ୍ କରିପାରେ ।

 

ତାଙ୍କ ସହିତ ଦୀପକ ହୁଡ୍ଡାଙ୍କୁ ମଧ୍ୟ ବାହାରର ରାସ୍ତା ଦେଖାଇପାରେ ଫ୍ରାଞ୍ଚାଇଜ୍ । ଆଇପିଏଲ ୨୦୨୪ରେ ହୁଡ୍ଡା ମାତ୍ର ୧୧ ମ୍ୟାଚ୍ ଖେଳି କରିଥିଲେ ୧୪୫ ରନ୍ । ଏଥିସହିତ ସେ ବୋଲିଂରେ ମଧ୍ୟ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରିନଥିଲେ । ଆଇପିଏଲ୍ ୨୦୨୩ରେ ୧୨ଟି ମ୍ୟାଚରେ ହୁଡା ମାତ୍ର ୮୪ ରନ୍ ସଂଗ୍ରହ କରିଥିଲେ। ଏମାନଙ୍କ ବ୍ୟତୀତ ଆଇପିଏଲ୍ ୨୦୨୩ରେ ନବୀନ ଉଲ୍ ହକ୍ ୮ଟି ମ୍ୟାଚ୍ ଖେଳିଥିଲେ ।

 

ଏହି ସମୟରେ ସେ ନେଇଥିଲେ ୧୧ଟି ଓ୍ବିକେଟ ଏବଂ ୨୦୨୪ରେ ୧୦ଟି ମ୍ୟାଚ୍ ଖେଲି ନେଇଥିଲେ ୧୪ଟି ଓ୍ବିକେଟ । ତଥାପି ନବୀନ ଉଲ୍ ହକ୍ଙ୍କୁ ରିଲିଜ କରିପାରେ ଟିମ୍ । ଟିମ ଗୁଡିକ କେତେ ଖେଳାଳିଙ୍କୁ ରିଟେନ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି । କୁହାଯାଉଛି କି ଏଥର ମେଗା ନିଲାମ ପୂର୍ବରୁ ନିୟମରେ ହୋଇପାରେ ପରିବର୍ତ୍ତନ

Related Articles

Leave a Reply

Your email address will not be published. Required fields are marked *

Back to top button