ଖେଳ

ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଜାରୀ; ଏପ୍ରିଲ୍ ୮ରେ ସିଏସ୍‌କେ-କେକେଆର୍ ମ୍ୟାଚ୍‌ରୁ ଆରମ୍ଭ – Ibnodisha

[ad_1]

ମୁମ୍ବାଇ: ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ସୋମବାର (ମାର୍ଚ୍ଚ୨୫) ଘୋଷଣା କରିଛି । ଫଳରେ ଚଳିତ ଆଇପିଏଲ୍ ସିଜନ୍‌ର ସମ୍ପୂର୍ଣ୍ଣ ଭାବେ ଭାରତରେ ଖେଳାଯିବ । ଦେଶରେ ଲୋକସଭା ନିର୍ବାଚନ ଯୋଗୁଁ ଚଳିତ ସିଜନ୍ ଦୁଇଟି ପର୍ଯ୍ୟାୟରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅନୁସାରେ ପୂର୍ବରୁ ପ୍ରଥମ ପର୍ଯ୍ୟାରେ ୨୧ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା । ବୋର୍ଡ ଅନୁସାରେ ଏପ୍ରିଲ୍ ୮ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ଓ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ମ୍ୟାଚ୍‌ରୁ ଲିଗ୍‌ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ହେବ । ଏହି ମ୍ୟାଚ୍ ସିଏସ୍‌କେର ଘରୋଇ ଗ୍ରାଉଣ୍ଡ୍ ଚେପକ୍‌ରେ ଖେଳାଯିବ । କାର୍ଯ୍ୟସୂଚୀ ଅନୁସାରେ ଚଳିତ ସିଜନ୍‌ର ଫାଇନାଲ୍ ମ୍ୟାଚ୍ ମେ’ ୨୬ରେ ଚେନ୍ନାଇରେ ହିଁ ଅନୁଷ୍ଠିତ ହେବ । ସେହିପରି ଟୁର୍ଣ୍ଣାମେଣ୍ଟ୍‌ର କ୍ୱାଲିଫାୟର୍ -୧ ଓ ଏଲିମିନେଟର୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଯଥାକ୍ରମେ ମେ’ ୨୧ ଓ ୨୨ରେ ଖେଳାଯିବ । କ୍ୱାଲିଫାୟର୍‌-୨ ଓ ଫାଇନାଲ୍ ମ୍ୟାଚ୍ ଚେନ୍ନାଇରେ ଯଥାକ୍ରମେ ମେ’ ୨୪ ଓ ୨୬ ତାରିଖରେ ଅନୁଷ୍ଠିତ ହେବ ।

ଆଇପିଏଲ୍ ୨୦୨୪: ଦ୍ୱିତୀୟ ପର୍ଯ୍ରାୟ କାର୍ଯ୍ୟସୂଚୀ ତାରିଖ ମ୍ୟାଚ୍‌ ସ୍ଥାନ ସମୟ
ଏପ୍ରିଲ୍ ୮: ଚେନ୍ନାଇ ବନାମ କୋଲ୍‌୍‌କାତା ଚେନ୍ନାଇ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୯: ପଞ୍ଜାବ ବନାମ ହାଇଦ୍ରାବାଦ ମୋହାଲି ସନ୍ଧ୍ୟା ୭.୩୦
ଏପ୍ରିଲ୍ ୧୦: ରାଜସ୍ଥାନ ବନାମ ଗୁଜରାଟ ଜୟପୁର ସନ୍ଧ୍ୟା ୭.୩୦
ଏପ୍ରିଲ୍ ୧୧: ମୁମ୍ବାଇ ବନାମ ବେଙ୍ଗାଲୁରୁ ମୁମ୍ବାଇ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୧୨: ଲକ୍ଷ୍ନୌ ବନାମ ଦିଲ୍ଲୀ ଲକ୍ଷ୍ନୌ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୧୩: ପଞ୍ଜାବ ବନାମ ରାଜସ୍ଥାନ ମୋହଲି ସନ୍ଧ୍ୟା ୭.୩୦
ଏପ୍ରିଲ୍ ୧୪: କୋଲ୍‌କାତା ବନାମ ଲକ୍ଷ୍ନୌ କୋଲ୍‌କାତା ଅପରାହ୍ଣ ୩.୩୦
ଏପ୍ରିଲ୍ ୧୪: ମୁମ୍ବାଇ ବନାମ ଚେନ୍ନାଇ ମୁମ୍ବାଇ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୧୫: ବେଙ୍ଗାଲୁରୁ ବନାମ ହାଇଦ୍ରାବାଦ ବେଙ୍ଗାଲୁରୁ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୧୬: ଗୁଜରାଟ ବନାମ ଦିଲ୍ଲୀ ଅହମ୍ମଦାବାଦ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୧୭: କୋଲ୍‌କାତା ବନାମ ରାଜସ୍ଥାନ କୋଲ୍‌କାତା ସନ୍ଧ୍ୟା ୭.୩୦
ଏପ୍ରିଲ୍‌୧୮: ପଞ୍ଜାବ ବନାମ ମୁମ୍ବାଇ ମୋହଲି ସନ୍ଧ୍ୟା ୭.୩୦
ଏପ୍ରିଲ୍ ୧୯: ଲକ୍ଷ୍ନୌ ବନାମ ଚେନ୍ନାଇ ଲକ୍ଷ୍ନୌ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୦: ଦିଲ୍ଲୀ ବନାମ ହାଇଦ୍ରାବାଦ ଦିଲ୍ଲୀ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୧: କୋଲ୍‌କାତା ବନାମ ବେଙ୍ଗାଲୁରୁ କୋଲ୍‌କାତା ଅପରାହ୍ଣ ୩.୩୦
ଏପ୍ରିଲ୍ ୨୧: ପଞ୍ଜାବ ବନାମ ଗୁଜରାଟ ମୋହଲି ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୨: ରାଜସ୍ଥାନ ବନାମ ମୁମ୍ବାଇ ଜୟପୁର ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୩: ଚେନ୍ନାଇ ବନାମ ଲକ୍ଷ୍ନୌ ଚେନ୍ନାଇ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୪: ଦିଲ୍ଲୀ ବନାମ ଗୁଜରାଟ ଦିଲ୍ଲୀ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୫: ହାଇଦ୍ରାବାଦ ବନାମ ବେଙ୍ଗାଲୁରୁ ହାଇଦ୍ରାବାଦ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୬: କୋଳ୍‌କାତା ବନାମ ପଞ୍ଜାବ କୋଲ୍‌କାତା ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୭: ଦିଲ୍ଲୀ ବନାମ ମୁମ୍ବାଇ ଦିଲ୍ଲୀ ଅପରାହ୍ଣ ୩.୩୦
ଏପ୍ରିଲ୍ ୨୭: ଲକ୍ଷ୍ନୌ ବନାମ ରାଜସ୍ଥାନ ଲକ୍ଷ୍ନୌ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୮: ଗୁଜରାଟ ବନାମ ବେଙ୍ଗାଲୁରୁ ଅହମ୍ମଦାବାଦ ଅପରାହ୍ଣ ୩.୩୦
ଏପ୍ରିଲ୍ ୨୮: ଚେନ୍ନାଇ ବନାମ ହାଇଦ୍ରାବାଦ ଚେନ୍ନାଇ ସନ୍ଧ୍ୟା ୭.୩୦
ଏପ୍ରିଲ୍ ୨୯: କୋଲ୍‌କାତା ବନାମ ଦିଲ୍ଲୀ କୋଲ୍‌କାତା ସନ୍ଧ୍ୟା ୭.୩୦
ଏପ୍ରିଲ୍ ୩୦: ଲକ୍ଷ୍ନୌ ବନାମ ମୁମ୍ବାଇ ଲକ୍ଷ୍ନୌ ସନ୍ଧ୍ୟା ୭.୩୦
ମେ ୧: ଚେନ୍ନାଇ ବନାମ ପଞ୍ଜାବ ଚେନ୍ନାଇ ସନ୍ଧ୍ୟା ୭.୩୦
ମେ ୨: ହାଇଦ୍ରାବାଦ ବନାବ ରାଜସ୍ଥାନ ହାଇଦ୍ରାବାଦ ସନ୍ଧ୍ୟା ୭.୩୦
ମେ ୩: ମୁମ୍ବାଇ ବନାମ କୋଲ୍‌କାତା ମୁମ୍ବାଇ ସନ୍ଧ୍ୟା ୭.୩୦
ମେ ୪: ବେଙ୍ଗାଲୁରୁ ବନାମ ଗୁଜରାଟ ବେଙ୍ଗାଲୁରୁ ସନ୍ଧ୍ୟା ୭.୩୦
ମେ ୫: ପଞ୍ଜାବ ବନାମ ଚେନ୍ନାଇ ଧର୍ମଶାଳା ଅପରାହ୍ଣ ୩.୩୦
ମେ ୫: ଲକ୍ଷ୍ନୌ ବନାମ କୋଲ୍‌କାତା ଲକ୍ଷ୍ନୌ ସନ୍ଧ୍ୟା ୭.୩୦
ମେ ୬: ମୁମ୍ବାଇ ବନାମ ହାଇଦ୍ରାବାଦ ମୁମ୍ବାଇ ସନ୍ଧ୍ୟା ୭.୩୦
ମେ ୭: ଦିଲ୍ଲୀ ବନାମ ରାଜସ୍ଥାନ ଦିଲ୍ଲୀ ସନ୍ଧ୍ୟା ୭.୩୦
ମେ ୮: ହାଇଦ୍ରାବାଦ ବନାମ ଲକ୍ଷ୍ନୌ ହାଇଦ୍ରାବାଦ ସନ୍ଧ୍ୟା ୭.୩୦
ମେ ୯: ପଞ୍ଜାବ ବନାମ ବେଙ୍ଗାଲୁରୁ ଧର୍ମଶାଳା ସନ୍ଧ୍ୟା ୭.୩୦
ମେ ୧୦: ଗୁଜରାଟ ବନାମ ଚେନ୍ନାଇ ଅହମ୍ମଦାବାଦ ସନ୍ଧ୍ୟା ୭.୩୦
ମେ ୧୧: କୋଲ୍‌କାତା ବନାମ ମୁମ୍ବାଇ କୋଲ୍‌କାତା ସନ୍ଧ୍ୟା ୭.୩୦
ମେ ୧୨: ଚେନ୍ନାଇ ବନାମ ରାଜସ୍ଥାନ ଚେନ୍ନାଇ ଅପରାହ୍ଣ ୩.୩୦
ମେ ୧୨: ବେଙ୍ଗାଲୁରୁ ବନାମ ଦିଲ୍ଲୀ ବେଙ୍ଗାଲୁରୁ ସନ୍ଧ୍ୟା ୭.୩୦
ମେ ୧୩: ଗୁଜରାଟ ବନାମ କୋଲ୍‌କାତା ଅହମ୍ମଦାବାଦ ସନ୍ଧ୍ୟା ୭.୩୦
ମେ ୧୪: ଦିଲ୍ଲୀ ବନାମ ଲକ୍ଷ୍ନୌ ଦିଲ୍ଲୀ ସନ୍ଧ୍ୟା ୭.୩୦
ମେ ୧୫: ରାଜସ୍ଥାନ ବନାମ ପଞ୍ଜାବ ଗୁଆହାଟୀ ସନ୍ଧ୍ୟା ୭.୩୦
ମେ ୧୬: ହାଇଦ୍ରାବାଦ ବନାମ ଗୁଜରାଟ ହାଇଦ୍ରାବାଦ ସନ୍ଧ୍ୟା ୭.୩୦
ମେ ୧୭: ମୁମ୍ବାଇ ବନାମ ଲକ୍ଷ୍ନୌ ମୁମ୍ବାଇ ସନ୍ଧ୍ୟା ୭.୩୦
ମେ ୧୮: ବେଙ୍ଗାଲୁରୁ ବନାମ ଚେନ୍ନାଇ ବେଙ୍ଗାଲୁରୁ ସନ୍ଧ୍ୟା ୭.୩୦
ମେ ୧୯: ହାଇଦ୍ରାବାଦ ବନାମ ପଞ୍ଜାବ ହାଇଦ୍ରାବାଦ ଅପରାହ୍ଣ ୩.୩୦
ମେ ୧୯: ରାଜସ୍ଥାନ ବନାମ କୋଲ୍‌କାତା ଗୁଆହାଟୀ ସନ୍ଧ୍ୟା ୭.୩୦
ମେ ୨୧: କ୍ୱାଲିଫାୟର୍‌-୧ ଅହମ୍ମଦାବାଦ ସନ୍ଧ୍ୟା ୭.୩୦
ମେ ୨୨: ଏଲିମିନେଟର୍‌ ଅହମ୍ମଦାବାଦ ସନ୍ଧ୍ୟା ୭.୩୦
ମେ ୨୪: କ୍ୱାଲିଫାୟର୍‌-୨ ଚେନ୍ନାଇ ସନ୍ଧ୍ୟା ୭.୩୦
ମେ ୨୬: ଫାଇନାଲ୍‌ ଚେନ୍ନାଇ ସନ୍ଧ୍ୟା ୭.୩୦

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button