ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି୨୦ : ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟକୁମାରଙ୍କ ବ୍ରିଗେଡ୍, ଜୋହନ୍ସବର୍ଗରେ ପ୍ରଥମ ଟି୨୦ ବିଶ୍ବକପ ଜିତିଥିଲା ଭାରତ
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଚତୁର୍ଥ ତଥା ଶେଷ ଟି-୨୦ । ଭାରତ ପାଖରେ ଆଜି ମ୍ୟାଚ ଜିତି ସିରିଜ ଜିତିବାର ସୁଯୋଗ ରହିଛି । ଭାରତୀୟ ସମୟ ରାତି ୮ଟା ୩୦ ଜୋହନ୍ସବର୍ଗରେ ହେବ ଲଢେଇ । ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟ ବ୍ରିଗେଡ୍ । ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି ଭାରତ ।
ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ ଜିତି ବରାବର କରିବାକୁ ଚାହିଁବ ।
ଆଜି ଯେଉଁ ମଇଦାନରେ ମ୍ୟାଚ ଖେଳାଯିବ, ସେହି ମଇଦାନରେ ୨୦୦୭ରେ ପ୍ରଥମ ଟି୨୦ ବିଶ୍ବକପ ଜିତିଥିଲା । ଏହି ମଇଦାନରେ ସୂର୍ଯ୍ୟକୁମାର ଶତକ ମାରିସାରିଛନ୍ତି । ଜୋହନ୍ସବର୍ଗରେ ଭାରତୀୟ ଟିମ୍ ୬ଟି ମ୍ୟାଚ ଖେଳିଛି । ଏଥିରୁ ୪ଟି ବିଜୟ ପାଇସାରିଛି ।
ପ୍ରଥମ ଓ ତୃତୀୟ ଟି- ୨୦ ବ୍ୟାଟିଂ ସଫଳତାକୁ ଦୋହରାଇବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଲକ୍ଷ୍ୟ ରଖିଛି। ସଂଜୁ ସାମସନ୍ ପ୍ରଥମ ମ୍ୟାଚରେ ଶତକ ଅର୍ଜନ କରିଥିଲେ କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ତାଙ୍କର ପ୍ରଦର୍ଶନ ଚିନ୍ତାଜନକ ରହିଛି । ଦୁଇଟି ଯାକ ମ୍ୟାଚରେ ବିନା କୌଣସି ରନ୍ କରି ଆଉଟ୍ ହୋଇଥିଲେ ସାମସନ୍ । ସେପଟେ ତୃତୀୟ ମ୍ୟାଚ୍ ରେ ତିଲକ ବର୍ମା ଓ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ, ଭାରତକୁ ନୂଆ ବଳ ପ୍ରଦାନ କରିଛି । ସିରିଜ ବିଜୟ ପାଇଁ ଆଜି ଏସମସ୍ତଙ୍କ ଦୃଢ଼ ପ୍ରଦର୍ଶନର ଆବଶ୍ୟକତା ରହିଛି । ଏପଟେ ଶେଷ ଟି-୨୦ ଜିତି ସିରିଜ ଡ୍ର ପାଇଁ ପଡିଆକୁ ଓହ୍ଲାଇବ ଘରୋଇ ଟିମ ।