ଭାରତୀୟ ଟିମ୍କୁ ଝଟକା, ଅଭ୍ୟାସ ସମୟରେ ଆହତ ହେଲେ କେଏଲ ରାହୁଲ
କ୍ରିକେଟ ପ୍ରେମୀ ବଡ଼ ଝଟକା । ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଆହତ ହେଲେ କେଏଲ ରାହୁଲ । ବର୍ଡର -ଗାଭାସ୍କର ଟ୍ରଫି ପାଇଁ କ୍ରିକେଟ ପ୍ରେମୀ ଅପେକ୍ଷା କରି ରହିଥିବା ବେଳେ ଏଭଳି ଖବର ଆସିଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମର ଟେନସନ ବଢିଛି ।
ଅଭ୍ୟାସ ବେଳେ ଆହତ ହୋଇଛନ୍ତି କେଏଲ ରାହୁଲ ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ପର୍ଥରେ ଅଭ୍ୟାସ ମ୍ୟାଚ ଖେଳୁଛି ଭାରତ । ଏହି ସମୟରେ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି କେଏଲ ରାହୁଲ । ଭାରତ ୩ ଦିନ ପାଇଁ ଅଭ୍ୟାସ କରୁଥିବା ବେବେଳେ ରାହୁଲଙ୍କୁ ବାଉନ୍ସର ବଲ୍ ବାଜିଛି । ଫଳରେ ତାଙ୍କ କହୁଣୀରେ ଗଭୀର ଆଘାତ ଲାଗିଛି । ଆଘାତ ଲାଗିବା ପରେ ଛଟପଟ ହେଉଛନ୍ତି କେଏଲ ରାହୁଲ ।
କେଏଲ ରାହୁଲ ଆହତ ହେବା ପରେ ଫିଜିଓ ତୁରନ୍ତ ଆସି ଚିକିତ୍ସା କରିଥିଲେ । ଆହତ ସତ୍ତ୍ବେ ରାହୁଲ ଖେଳ ଜାରି ରଖିଥିଲେ । କିନ୍ତୁ ବେଶି ଯନ୍ତ୍ରଣା ବଢିବାରୁ ପଡିଆ ଛାଡି ଚାଲିଯାଇଥିଲେ ।
କେଏଲ ରାହୁଲ ଆହତ ହେବା ପରେ ପ୍ରଥମ ଟେଷ୍ଟରେ ଭାରତୀୟ ଟିମର ଓପନରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଖେଳିବାର ସମ୍ଭାବନା କମ୍ ରହିଛି । କେଏଲ ରାହୁଲ ଓପନିଂ କରିଥାନ୍ତେ, କିନ୍ତୁ ଆହତ ପରେ ଅଭିମନ୍ୟୁ ଈଶ୍ବରନଙ୍କ ନାମ ରହିଛି ।
ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି, ଅଭିମନୁ ଈଶ୍ବରନ, ଶୁବମନ ଗିଲ, ରବିନ୍ଦ୍ର ଜାଡେଜା, ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ, ବିରାଟ କୋହଲି, ପ୍ରସିଦ୍ଧ କ୍ରିଷ୍ଣା, ରିଷଭ ପନ୍ତ, କେଏଲ ରାହୁଲ, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ।