ଖେଳ

ମେସିଙ୍କୁ ଅଷ୍ଟମ ଥର ବାଲନ ଡି’ଓର୍‌ ଟ୍ରଫି: ବୋନମତିଙ୍କୁ ମହିଳା ପୁରସ୍କାର – Ibnodisha

[ad_1]

ପ୍ୟାରିସ: ଆର୍ଜେଣ୍ଟିନା ଫୁଟ୍‌ବଲର୍‌ ଲିଓନେଲ ମେସି ସୋମବାର ଅଷ୍ଟମ ଥର ଲାଗି ବାଲନ ଡି’ଓର୍‌ ପୁରସ୍କାର ପାଇଛନ୍ତି। ପ୍ୟାରିସରେ ଆୟୋଜିତ ଉତ୍ସବରେ ମେସିଙ୍କ ସହ ବିଶ୍ବକପ୍‌ ବିଜେତା ସ୍ପେନ୍‌ର ଐତାନ ବୋନମତିଙ୍କୁ ମହିଳା ପୁରସ୍କାର ପୁରସ୍କାର ମିଳିଥିଲା। ଗତ ବର୍ଷ କତରରେ ମେସିଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ବିଶ୍ବ ବିଜେତା ହୋଇଥିଲା। ଇଣ୍ଟର ମିଆମିର ମେସିଙ୍କ ପଛକୁ ମଞ୍ଚେଷ୍ଟର ସିଟିର ନରୱେ ତାରକା ଏରଲିଂ ହାଲାଣ୍ଡ ଦ୍ବିତୀୟ ଓ ପାରିସ ସେଣ୍ଟ ଜର୍ମେନ୍‌ର ଫ୍ରାନ୍ସ ତାରକା କାଇଲିନ ଏମ୍‌ବାପେ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ମେସି ନିଜର ଏହି ଅ‌ଷ୍ଟମ ବାଲନ ଡି’ଓର୍‌ ପୁରସ୍କାରକୁ ଆର୍ଜେଣ୍ଟିନା କିଂବଦନ୍ତି ଡିଏଗୋ ମାରାଡୋନାଙ୍କୁ ଉତ୍ସର୍ଗ କରିଛନ୍ତି। ୨୦୦୯ରେ ମେସି ପ୍ରଥମ ଥର ଏହି ପୁରସ୍କାର ପାଇଥିଲେ।ଏହାପରେ ୨୦୧୦, ୨୦୧୧, ୨୦୧୨, ୨୦୧୫, ୨୦୧୯, ୨୦୨୧ରେ ପାଇଥିଲେ। ସେ ସର୍ବାଧିକ ୮ ଥର ଏହି ପୁରସ୍କାର ପାଇଥିଲା ବେଳେ ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ୫ ଥର ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଗତ ଥର ଫ୍ରାନ୍ସର କରିମ ବେଞ୍ଜେମା ବାଲନ ଡି’ଓର୍‌ ପୁରସ୍କାର ପାଇଥିଲେ। ମହିଳା ପୁରସ୍କାର ପାଇଥିବା ବୋନମତି ‌ସ୍ପେନ୍‌କୁ ବିଶ୍ବ ବିଜେତା କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏହି ୨୫ ବର୍ଷୀୟା ବାର୍ସିଲୋନା ତାରକା ମଧ୍ୟ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅଷ୍ଟ୍ରେଲିଆର ସାମ କେର ଦ୍ବିତୀୟ ଓ ସ୍ପେନ୍‌ର ସଲ୍‌ମା ପାରାଲୁଏଲା ତୃତୀୟ ସ୍ଥାନରେ ରହିଥିଲେ। ୨୧ ବର୍ଷରୁ କମ୍‌ ବର୍ଗରେ ଜୁଡେ ବେଲିଙ୍ଗହାମ କୋପା ଟ୍ରଫି ହାତେଇଥିଲେ। ରିଅଲ୍‌ ମାଡ୍ରିଡ୍‌ ଗୋଲ୍‌କିପର ଏମିଲିଆନୋ ମାର୍ଟିନେଜଙ୍କୁ ୟାସିନ ଟ୍ରଫି ମିଳିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button