IBN ଓଡ଼ିଶା ଏକ୍ସକ୍ଲୁସିଭ୍

କାହିଁକି ଆପଣଙ୍କ ମୁହଁରୁ ବାହାରିଥାଏ ଦୁର୍ଗନ୍ଧ, ଜାଣି ରଖନ୍ତୁ ଏହି ୪ଟି କାରଣ

ମୁହଁରୁ ଦୁର୍ଗନ୍ଧ ଆସିଲେ, କେହି ବି ଆପଣଙ୍କ ସହ ବସିବାକୁ ଏବଂ କଥା ହେବାକୁ ପସନ୍ଦ କରିବେନି। ଏହା ଏମିତି ଏକ ସ୍ଥିତି, ଯେଉଁଥିରେ ଆପଣଙ୍କୁ ବାରମ୍ବାର ଲଜ୍ଜାବୋଧ କରିବାକୁ ପଡ଼ିଥାଏ। ଏଥିପାଇଁ ଆପଣଙ୍କ ଖାଦ୍ୟପେୟ ଛଡ଼ା କିଛି ରୋଗ ମଧ୍ୟ ଦାୟୀ ହୋଇଥାଏ। କିନ୍ତୁ ଏହା କୌଣସି ବି ଗମ୍ଭୀର ସମସ୍ୟା ନୁହେଁ। ଆପଣ ଏଥିରୁ ସହଜରେ ମୁକ୍ତି ପାଇପାରିବେ।

ଆପଣ ବ୍ୟକ୍ତିତ୍ୱ ଯେତେ ବି ଉଚ୍ଚ ଥାଉ କିମ୍ବା ଆପଣ ଯେତେ ବି ଭଲ କପଡ଼ା ପିନ୍ଧିଥାଆନ୍ତୁ, ଯଦି ଆପଣଙ୍କ ମୁଖ ଦୁର୍ଗନ୍ଧ ହେଲା, ତା’ହେଲେ ବହୁତ ଲଜ୍ଜାଜନକ ବିଷୟ ହୋଇଥାଏ। ଏହାଦ୍ୱାରା ଆପଣଙ୍କର ସବୁ ପଇସା ପାଣିରେ ପଡ଼ିଯିବ। ଆସନ୍ତୁ ଜାଣିବା, କେଉଁ କେଉଁ କାରଣରୁ ହୋଇଥାଏ ମୁଖ ଦୁର୍ଗନ୍ଧ।

୧. କୋଷ୍ଠକାଠିନ୍ୟ ଯୋଗୁ ମୁହଁରୁ ଦୁର୍ଗନ୍ଧ ଜାତ ହୋଇଥାଏ।

୨. ଯଦି ପେଟରେ କୌଣସି ଘା’ ରହିଛି, ତା’ହେଲେ ମୁଖ ଦୁର୍ଗନ୍ଧ ହୋଇଥାଏ।

୩. ମିଟ୍‌ ମଦ ପିଇବା ପରେ ବି ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।

୪. ଦାନ୍ତ ପୋକ କାଟିବା, ପାୟରିଆ କିମ୍ବା ଅନ୍ୟ ଯେକୌଣସି ସମସ୍ୟା ଦାନ୍ତରେ ଥିଲେ ମୁଖ ଦୁର୍ଗନ୍ଧ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button