IBN ଓଡ଼ିଶା ବ୍ୟୁରୋ

ଟୁଥପେଷ୍ଟ, ସାବୁନ୍‌, ଚିନି ଏବଂ ସୋଡାରେ କରନ୍ତୁ ପ୍ରେଗନାନ୍ସୀ ଟେଷ୍ଟ, ମିନିଟରେ ପାଇବେ ରେଜଲ୍ଟ

ମା ହେବା ସବୁ ମହିଳାଙ୍କ ପାଇଁ ଏକ ଖାସ୍‌ ମୁହୂର୍ତ୍ତ। ମହିଳାଙ୍କୁ ଯଦି ଟିକେ ବି ସନ୍ଦେହ ହୋଇଥାଏ ଯେ ସେ ମା ହେବାକୁ ଯାଉଛନ୍ତି ସେତେବେଳେ ତାଙ୍କ ଖୁସିର ସିମା ରହିନଥାଏ। କିଛି ଲକ୍ଷଣ ଦେଖିଲେ ଏହାକୁ କନଫର୍ମ କରିବା ପାଇଁ ଉପାୟ ଖୋଜିଥାନ୍ତି। ଆଜିର ଅତ୍ୟାଧୁନିକ ଦୁନିଆରେ ବଜାରରେ ପ୍ରେଗନାନ୍ସୀ ଟେଷ୍ଟ ପାଇଁ ଟେଷ୍ଟ କିଟ୍‌ ମିଳୁଛି। କିନ୍ତୁ ବହୁତ ମହିଳା ଏହାକୁ ଲାଜରେ କାହାକୁ କହିପାରିନଥାନ୍ତି ଆଉ ଏଥିପାଇଁ ଘରୋଇ ଉପାୟ ଖୋଜନ୍ତି। ତେବେ ଆସନ୍ତୁ ଜାଣିବା କେମିତି ରୋଷେଇ ଘରେ ଥିବା କିଛି ଜିନିଷରୁ ଜାଣିପାରିବେ ଆପଣ ଗର୍ଭବତୀ କି ନୁହେଁ।

ପ୍ରଥମ ଉପାୟ ହେଉଛି ବ୍ଲିଚିଂ ପାଉଡର

bleechଏକ ପାତ୍ରରେ ସକାଳର ପ୍ରଥମ ପରିସ୍ରାକୁ ନିଅନ୍ତୁ। ଏବେ ଏଥିରେ ବ୍ଲିଚିଂ ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଯଦି ବ୍ଲିଚିଂ ପାଉଡର ପକାଇବାର ତୁରନ୍ତ ପରେ ଏଥିରେ ଫେଣ ଆସେ ତେବେ ଜାଣିନିଅନ୍ତୁ ଯେ ଆପଣ ପ୍ରେଗନାଣ୍ଟ ଅଛନ୍ତି। ଯଦି ଏହି ମିଶ୍ରଣରେ କୌଣସି ଫେଣ ବାହାରି ନଥାଏ ତେବେ ଏହାର ଅର୍ଥ ହେଉଛି ଆପଣ ପ୍ରେଗନାଣ୍ଟ ନାହାନ୍ତି। ଧ୍ୟାନ ରଖନ୍ତୁ ଟେଷ୍ଟ କରିବା ସମୟରେ ବ୍ଲିଚ୍‌ ଠାରୁ ଯେପରି ଦୂରତା ରଖିବେ। ଯଦି ଆପଣ ଏହାକୁ ଭୁଲରେ ବି ଛୁଇଁ ଦେଲେ ତେବେ ସାବୁନରେ ଭଲଭାବେ ହାତ ଧୋଇ ଦିଅନ୍ତୁ।

ଚିନି

sugarଚିନିରେ ପ୍ରେଗନାନ୍ସୀ ଟେଷ୍ଟ କରିବା ସବୁଠାରୁ ସରଳ ଘରୋଇ ଉପାୟ। ଏହା ବହୁତ ଭଲ ପ୍ରମାଣିତ କରିଥାଏ। ଟେଷ୍ଟ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଏକ ଚାମଚ ଚିନି ନିଅନ୍ତୁ। ଏବେ ଏହି ଚିନିରେ ଏକ ଚାମଚ ପରିସ୍ରା ନିଅନ୍ତୁ ଏହାପରେ ଏହାକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଦେଖନ୍ତୁ ଚିନିର କଣ ରିଆକସନ୍‌ ଆସୁଛି। ଯଦି ୟୁରିନରେ ଚିନି ମିଶିବା ବଦଳରେ ବିଣ୍ଡା ହୋଇଯାଏ ତେବେ ଏହାର ଅର୍ଥ ହେଉଛି ଆପଣ ପ୍ରେଗନାଣ୍ଟ ଅଛନ୍ତି। ଯଦି ଏମିତି କିଛି ନ ହୁଏ ତେବେ ଆପଣ ପ୍ରେଗନାନାଣ୍ଟ ନାହାନ୍ତି।

ଟୁଥପେଷ୍ଟ

tooth pasteଟେଷ୍ଟ ପାଇଁ ଆପଣ କୌଣସି ବି ଟୁଥପେଷ୍ଟ ନେଇପାରିବେ କିନ୍ତୁ ଯଦି ଟୁଥ ପେଷ୍ଟର ରଙ୍ଗ ଧଳା ହୋଇଥାଏ ତେବେ ସୁବିଧା ହୋଇଥାଏ। ଏହି ଟେଷ୍ଟ ପାଇଁ ଆପଣ ଏକ ଚାମଚ ଟୁଥପେଷ୍ଟକୁ ଏକ ପାତ୍ରରେ ବାହାର କରନ୍ତୁ। ଏବେ ଏଥିରେ ୟୁରିନ୍‌ ମିଶାନ୍ତୁ। ଯଦି ଟୁଥପେଷ୍ଟର ରଙ୍ଗ ବଦଳିଯାଏ ଅର୍ଥାତ ନୀଳ ହୋଇଯାଏ ତେବେ କନଫର୍ମ ହୋଇଯାନ୍ତୁ ଆପଣ ପେଗନାଣ୍ଟ ଅଛନ୍ତି।

ସାବୁନ୍‌

testସାବୁନର ଏହି ସହଜ ଉପାୟ ଯାହାକୁ ହାତରେ ଧରି ଅତି ସହଜରେ ଆପଣ ପ୍ରେଗନାଣ୍ଟ ଅଛନ୍ତି ନା ନାହିଁ ଜାଣିପାରିବେ। ପରିସ୍ରାକୁ ସାବୁନ ଉପରେ ପକାନ୍ତୁ ଏବଂ ପ୍ରତିକ୍ରୀୟା ଦେଖନ୍ତୁ। ଯଦି ଫେଣ ବାହାରୁଛି ତାହାଲେ ଜାଣନ୍ତୁ ଆପଣ ଗର୍ଭବତୀ।

ବେକିଂ ସୋଢା

ଏକ ପାତ୍ରରେ ଦୁଇ ଚାମଚ ବେକିଂ ସୋଢ଼ା ମିଶାନ୍ତୁ ଏବଂ ଏଥିରେ ୟୁରିନ ସାମ୍ପୁଲ ମିଶାନ୍ତୁ। ଯଦି ଏଥିରେ ଆପଣଙ୍କୁ ଫେଣ ବାହାରୁଥିବାର ଦେଖାଯାଏ ତେବେ ଆପଣ ପ୍ରେଗନାଣ୍ଟ ଅଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button