ଦେଶ

ପୌରୁଷତ୍ୱ ସମସ୍ୟା ଦୂର କରିବ ହେଙ୍ଗୁ, କରନ୍ତୁ ଏପରି ବ୍ୟବହାର

ହେଙ୍ଗୁ ଏକ ଉତ୍ତମ ଔଷଧ। ହେଙ୍ଗୁ ପାଚନ କ୍ରିୟା, ପେଟ ଯନ୍ତ୍ରଣା, ଦାନ୍ତ ବିନ୍ଧା, ଥଣ୍ଡା, କାଶ, ମୁଣ୍ଡବ୍ୟଥା, ବିଛା କାମୁଡିବା ପ୍ରଭାବକୁ କମ୍‌ କରିବାରେ ସହାୟକ କରିଥାଏ। ଆଉ କ’ଣ ରହିଛି ଏହାର ଫାଇଦା..

– ଯଦି ଆପଣଙ୍କର ଗ୍ୟାସ ସମସ୍ୟା ରହିଥାଏ ତେବେ ପ୍ରତିଦିନ ସକାଳୁ ହେଙ୍ଗୁକୁ ଲେମ୍ବୁ ପାଣିରେ ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳେ।

– ଯଦି କାହାର ନିଶାକୁ ଛଡାଇବାକୁ ଚାହୁଁଛନ୍ତି, ତେବେ ହେଙ୍ଗୁ, ଘିଅ, ଲେମ୍ବୁକୁ ମିଶାଇ ସେହି ବ୍ୟକ୍ତିକୁ ପିଇବାକୁ ଦେଇଦିଅନ୍ତୁ। ଆପେ ଆପେ ନିଶା ଛାଡିଯିବ। ଏହା ସହିତ ଥଣ୍ଡା ପାଣିରେ ଗାଧୋଇ ଦିଅନ୍ତୁ।

hing 3

– ଛାତିରେ ଜମିଥିବା କଫକୁ କାଢିବାରେ ହେଙ୍ଗୁ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ହେଙ୍ଗୁ ସହିତ ମହୁ ଏବଂ ଅଦା ମିଶାଇ ପିଇବା ଦ୍ୱାରା ଲାଭ ମିଳେ।

– ହେଙ୍ଗୁରେ ଥିବା କ୍ୟୁମେରିନ ନାମକ ତତ୍ତ୍ୱ ରକ୍ତକୁ ପତଳା କରିବାରେ ସହାୟତା କରିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟ୍ରଲ କମ୍‌ ହୋଇଯାଏ। ଯାହା ଆପଣଙ୍କୁ ହୃଦରୋଗରୁ ରକ୍ଷା କରିପାରିବ।

– ପୁରୁଷମାନଙ୍କ ଯୌନ ସମ୍ବନ୍ଧୀୟ ରୋଗକୁ ଯେଭଳି ନପୁଂସକତା, ଧାତୁପତନ, ଶୁକ୍ରାଣୁ ଅଭାବ ଭଳି ସମସ୍ୟାକୁ ଦୂର କରିଥାଏ। ଏକ ଗ୍ଲାସ ଗରମ ପାଣିରେ ହେଙ୍ଗୁ ମିଶାଇ ପିଇଲେ ଏଭଳି ସମସ୍ୟାରୁ ମୁକ୍ତି ମିଳେ।

hing 1

– ହାକୁଟିକୁ ତୁରନ୍ତ ବନ୍ଦ କରିବାକୁ ହେଲେ ପୁରୁଣା ଗୁଡ ସହିତ ହେଙ୍ଗୁ ମିଶାଇ ଖାଆନ୍ତୁ।

– ଦାନ୍ତ ଯନ୍ତ୍ରଣା ଦୂର କରିବା ହେଙ୍ଗୁ ବ୍ୟବହାର କରିପାରିବେ। ଦାନ୍ତ ବିନ୍ଧୁଥିବା ସ୍ଥାନରେ ହେଙ୍ଗୁ ଲଗାଇ ରଖିଲେ ଆରାମ ମିଳିଥାଏ।

– ହେଙ୍ଗୁକୁ ପାଣିରେ ଘଷି ଲଗାଇଲେ ଚର୍ମରୋଗ, କୁଣ୍ଡିଆ ଇତ୍ୟାଦି ରୋଗ ଦୂର ହୋଇଥାଏ।

– ମୁହଁରୁ ଦାଗ ଦୂର କରିବା ହେଙ୍ଗୁକୁ ପାଣିରେ ମିଶାଇ ଲଗାନ୍ତୁ। ଆପଣଙ୍କୁ ଫାଇଦା ମିଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button