IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ୫ ମୁହୂର୍ତ୍ତରେ କେବେବି କରନ୍ତୁ ନାହିଁ ଋଣ କାରବାର, ନଚେତ୍‌ ବୁଡିଯିବ ଆପଣଙ୍କ ଟଙ୍କା

ପ୍ରାୟତଃ ଲୋକ ଅଛନ୍ତି ଯେଉଁମାନେ କୌଣସି ବି କାମ କରିବା ପୂର୍ବରୁ ଶୁଭ ଅଶୁଭ ମୂହୁର୍ତ୍ତ ଦେଖିଥାନ୍ତି। କାରଣ ସେମାନେଙ୍କର ବିଶ୍ୱାସ ରହିଛି ଯେ ମୁହୂର୍ତ୍ତ ଦେଖି କାମ କରିବା ଦ୍ୱାରା ସେହି କାମ ଭଲଭାବରେ ସମ୍ପନ୍ନ ହେବା ସହିତ କାମରେ କୌଣସି ବିଘ୍ନ ଆସିନଥାଏ। କିନ୍ତୁ ପ୍ରାୟ ସମୟରେ ଦେଖାଯାଇଛି ଯେ ଲୋକମାନେ ଧାର କରଜ ଲେଣଦେଣ ସମୟରେ ମୁହୂର୍ତ୍ତକୁ ନଜରରେ ରଖନ୍ତି ନାହିଁ। ଯାହା ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଥାଏ। ଆଜ୍ଞା ହଁ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ କେଉଁ ବାର, ତିଥିରେ କେଉଁ ନକ୍ଷତ୍ର କେଉଁଭଳି ଭାବେ ଅନୁକୂଳ କିମ୍ବା ପ୍ରତିକୂଳ ଫଳ ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ସେମିତି କିଛି ଶୁଭ ମୁହୂର୍ତ୍ତ ବିଷୟରେ ଯାହାକୁ ଧ୍ୟାନରେ ରଖି ଆପଣ lଲେଣଦେଣ କାଯ୍ୟର୍ ଆରମ୍ଭ କରନ୍ତି ତେବେ ସେଥିରେ କୌଣସି ସମସ୍ୟା ହୋଇନଥାଏ।

ବାର

କେବେବି ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ଧାର-କରଜ କରିବାକ ଉଚିତ ନୁହେଁ। ସେହିପରି ବୁଧବାର ଦିନ କାହାକୁ ବି ଉଧାର ଦେବା ଅନୁଚିତ। ଏହି ଦିନରେ ଯଦି ଆପଣ ଉଧାରଦେବେ ତେବେ ତାହା ବୁଡିଯିବାର ଭୟ ରହିଥାଏ।

laxmiଯୋଗ

ବୃଦ୍ଧି ଯୋଗ, ଦ୍ୱିପୁଷ୍କର ଯୋଗ, ତ୍ରିପୁଷ୍କର ଯୋଗରେ ମଧ୍ୟ ଧାର-କରଜରେ ନେଇଥିବା ଋଣ କେବେବି ସୁଝି ନଥାଏ।

ନକ୍ଷତ୍ର

ହସ୍ତ ନକ୍ଷତ୍ରରେ ନିଆଯାଇଥିବା ଋଣ କେବେବି ସୁଝି ନଥାଏ। ତେଣୁ ଭୁଲରେ ବି ହସ୍ତ ନକ୍ଷତ୍ରରେ ଋଣ କରନ୍ତୁ ନାହିଁ। ମୂଳ,ଆଦ୍ରା, ଜ୍ୟେଷ୍ଠ, ବିଶାଖା, କୃତ୍ତିକା, ଧୃବ ସଜ୍ଞକ ନକ୍ଷତ୍ର ଅର୍ଥାତ ଉତ୍ତର ଫାଲଗୁନି, ଉତ୍ତରାଷାଢ଼ ତଥା ଉତ୍ତରାଭାଦ୍ରପଦ ଏବଂ ରୋହିଣୀ ଆଦି ନକ୍ଷତ୍ରର ପ୍ରୟୋଗ କରିବା ଉଚତି ନୁହେଁ।

rupeesଲଗ୍ନ

ସେହିପରୀ ଚାରିଟି ଲଗ୍ନରେ କେବେବି ଋଣ ଦେବା ଅନୁଚିତ ନଚେତ ସେହି ଟଙ୍କା କେବେବି ରିଟର୍ଣ୍ଣ ଆସିନଥାଏ। ଚାରିଟି ଲଗ୍ନରେ ପଞ୍ଚମ ଏବଂ ନବମ ସ୍ଥାନରେ ଶୁଭ ଗ୍ରହ ଏବଂ ଅଷ୍ଟମ ସ୍ଥାନରେ କୌଣସି ବି ଗ୍ରହ ନଥିଲେ ବି ଋଣ ଉପରେ ଋଣ ଚଢ଼ିଚାଲିଥାଏ। ଚାରିଟି ଲଗ୍ନ ଯଥା ମେଷ, କର୍କଟ, ତୁଳା ଏବଂ ମକରରେ ଋଣ ନେଲେ ଋଣ ଶିଘ୍ର ସୁଝି ଯାଇଥାଏ। କିନ୍ତୁ ଏହି ଚାରିଟି ଲଗ୍ନରେ କେବେବି କାହ ଠାରୁ ଋଣ ଦେବା ଉଚିତ ନୁହେଁ।

ସଂକ୍ରାନ୍ତି

ବର୍ଷରେ ୧୨ଟି ସଂକ୍ରାନ୍ତି ରହିଥାଏ। ସେହି ସମସ୍ତ ସଂକ୍ରାନ୍ତିରେ କେବେବି ଧାର କରଜ ନେବା କିମ୍ବା ଦେବା ଅନୁଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button