IBN ଓଡ଼ିଶା ବ୍ୟୁରୋ

ବିନା ଅପରେସନରେ କିଭଳି ଦୂର କରିବେ ଷ୍ଟୋନ ସମସ୍ୟା, କରନ୍ତୁ ଏପରି ଉପଚାର

ବର୍ତ୍ତମାନ ସମୟର ଖାଦ୍ୟପେୟ ଯୋଗୁଁ ଶରୀରକୁ ଅନେକ ରୋଗ ଗ୍ରାସ କଲାଣି। ଏଥିପାଇଁ ଆମକୁ ଅନେକ ଅସୁବିଧା ମଧ୍ୟ ଭୋଗ କରିବାକୁ ପଡୁଛି। ଏଥିପାଇଁ ଗ୍ୟାସ, ମୁଣ୍ଡ ବ୍ୟଥା, ଅଣ୍ଟା ଦରଜ, କୋଷ୍ଠକାଠିନ୍ୟ, ଷ୍ଟୋନ ଭଳି ସମସ୍ୟା ଦେଖିବାକୁ ମିଳୁଛି। କିନ୍ତୁ ଏମାନଙ୍କ ମଧ୍ୟରେ ଷ୍ଟୋନ ସମସ୍ୟା ବେଶୀ କଷ୍ଟ ଦେଉଛି। ଏହାକୁ କେବଳ ଅପରେସନ ଦ୍ୱାରା ଭଲ ହୋଇପାରେ ବୋଲି ଲୋକଙ୍କ ଧାରଣା ରହିଛି। କିଭଳି ଘରୋଇ ଉପାୟରେ ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳିବ, ଆସନ୍ତୁ ଜାଣିନେବା।

– ଜିରା ଏବଂ ଚିନିକୁ ସମାନ ମାତ୍ରାରେ ଗୁଣ୍ଡ କରି ଏକ ଚାମଚ ନେଇ ଥଣ୍ଡା ପାଣିରେ ପ୍ରତିଦିନ ତିନି ଥର ପିଇବା ଦ୍ୱାରା ଲାଭ ମିଳିଥାଏ।

jeera

– ଆମ୍ବପତ୍ରକୁ ଛାଇରେ ଶୁଖାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ପ୍ରତିଦିନ ଗ୍ଲାସ ପାଣିରେ ଆଠଗ୍ରାମ ମିଶାଇ ପିଅନ୍ତୁ, ଲାଭ ମିଳିବ।

– ମିଶ୍ରି, ପାନମଧୁରୀ, ଶୁଖିଲା ଧନିଆ ନେଇ ୫୦-୫୦ ଗ୍ରାମ ଦେଢ ଲିଟର ପାଣିରେ ଭିଜାଇ ଦିଅନ୍ତୁ। ଏହାକୁ ତା’ ପରଦିନ ସନ୍ଧ୍ୟାରେ ଛାଣି ପେଷ୍ଟ କରିଦିଅନ୍ତୁ। ଏହାକୁ ଏବେ ପାଣିରେ ମିଶାଇ ପିଅନ୍ତୁ। ଷ୍ଟୋନ ବାହାରିଯିବ।

– ନଡିଆ ପାଣି ମଧ୍ୟ ଷ୍ଟୋନ ସମସ୍ୟା ପାଇଁ ଉପକାରୀ।

coconut-water

– ୧୫ଟି ବଡ ଗୁଜୁରାତି ଏକ ଚାମଚ, ଖରଭୁଜ ମଞ୍ଜି ଏବଂ ଦୁଇ ଚାମଚ ମିଶ୍ରି ସହ ଏକ କପ୍‌ ପାଣି ମିଶାଇ ସକାଳ-ସନ୍ଧ୍ୟାରେ ପିଅନ୍ତୁ। ଷ୍ଟୋନ ବାହାରି ଆସିବ।

– ଅଁଳା ଷ୍ଟୋନ ସମସ୍ୟା ପାଇଁ ବହୁତ ଉପକାରୀ। ଅଁଳା ଚୂର୍ଣ୍ଣକୁ ମୂଳା ସହିତ ଖାଇବା ଯୋଗୁଁ ମୂତ୍ରାଶୟରୁ ଷ୍ଟୋନ ବାହାରିପଡେ।

seed

– ତୁଳସୀ ମଞ୍ଜିକୁ ଜିରା, ଚିନି ଏବଂ କ୍ଷୀର ସହିତ ମିଶାଇ ପିଇବା ଦ୍ୱାରା ଷ୍ଟୋନ ସମସ୍ୟା ମଧ୍ୟ ଦୂର ହୋଇଯାଏ।

– ଜିରାକୁ ମିଶ୍ରି କିମ୍ବା ମହୁ ସହିତ ମିଶାଇ ପିଅନ୍ତୁ, ଷ୍ଟୋନ ପରିସ୍ରାରେ ବାହାରି ଆସିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button