IBN ଓଡ଼ିଶା ବ୍ୟୁରୋ

ଶରୀର ପାଇଁ ସଂଜୀବନୀ ବୁଟି ବାଇଗଣ ଜୁସ୍‌, ଏହାର ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆପଣମାନେ ବାଇଗଣରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରି ଖାଇଥିବେ। ଅନେକ ଲୋକ ପାଟି କୁଣ୍ଡାଇ ହେବା କାରଣରୁ ଅନେକ ଲୋକ ଏହାର ନାମ ଶୁଣିବା ମାତ୍ରେ ନାକ ଟେକିଦିଅନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ବାଇଗଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସଂଜୀବନୀ ବୁଟି ସଦୃଶ। ଏଥିରେ ଥିବା ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ ଶରୀରର ବିକାଶ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ କ’ଣ ଆପଣ ବାଇଗଣ ଜୁସ୍‌ ପିଇଛନ୍ତି। ଏହାର ଫାଇଦା ବିଷୟରେ ଆପଣ ଜାଣିଲେ ନିଶ୍ଚିତ ପିଇବାକୁ ଇଚ୍ଛା କରିବେ।

ରକ୍ତଚାପକୁ ନିୟନ୍ତ୍ରଣ କରେ :

ବାଇଗଣ ଜୁସ୍‌ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ପୋଟାସିୟମ ବ୍ଲଡପ୍ରେସର ପାଇଁ ଲାଭଦାୟକ ।

juice

ହାର୍ଟଆଟାକ୍‌ ସମ୍ଭାବନାକୁ କମ୍‌ କରେ :

ବାଇଗଣରେ ଥିବା ଭିଟାମିନ ବି ୬, ଭିଟାମିନ ସି, ପୋଟାସିୟମ, ଫାଇବର ଏବଂ ସାଇଟୋନ୍ୟୁଟ୍ରିଏଣ୍ଟସ୍‌ ଆଦି ମାତ୍ରା ଭରପୂର ରହିଥାଏ। ଯାହାର ତତ୍ତ୍ୱ ହୃଦୟ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଯଦି ଆପଣଙ୍କର ହାର୍ଟଜନିତ ସମସ୍ୟା ରହିଛି, ତେବେ ଆପଣ ଏକ କପ୍‌ ବାଇଗଣ ଜୁସ୍‌ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ।

brinjal

ଓଜମ କମ୍‌ କରେ :

ବାଇଗଣ ଖାଇବାକୁ କେତେକ ଲୋକ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହାର ଫାଇଦା ଦେଖି ଆପଣ ମଧ୍ୟ ଏହାକୁ ଡାଏଟ୍‌ରେ ସାମିଲ କରିବେ। ପ୍ରତିଦିନ ଏକ କପ୍‌ ବାଇଗଣ ଜୁସ୍‌ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ। ଏହା ବଡି ଫ୍ୟାଟ୍‌କୁ ବର୍ନ କରିବାରେ ସହାୟକ ହୁଏ।

ଡାଇବେଟିଜ ଏବଂ କୋଲେଷ୍ଟ୍ରଲ ପାଇଁ ଲାଭଦାୟକ :

ବାଇଗଣରେ ଥିବା ଫାଇବର ଯୋଗୁଁ ଡାଇବେଟିଜ ଲୋକଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଡାଇବେଟିଜ ଲୋକ ବାଇଗଣରେ ପ୍ରସ୍ତୁତ ବ୍ୟଞ୍ଜନ କିମ୍ବା ଜୁସ୍‌ ପିଇବା ଉଚିତ। ଏପରି କଲେ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହେ। ସେହି ଶରୀରରୁ କୋଲେଷ୍ଟ୍ରଲ କମ୍‌ କରିବାକୁ ହେଲେ ଏହି ଜୁସ୍‌ ପିଇବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button