ଦେଶ

ସୂର୍ଯ୍ୟଗ୍ରହଣ ସମୟରେ ଜପ କରନ୍ତୁ ଏହି ମନ୍ତ୍ର, ସଫଳତା ମିଳିବା ସହିତ ବିନାଶ ହେବେ ଶତ୍ରୁ

ଗ୍ରହଣ ଲାଗିବା ଏକ ଅଲୌକିକ ଘଟଣା। ସେହିପରି ସରଳ ଭାଷାରେ କହିବାକୁ ଗଲେ ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟ ଏବଂ ପୃଥିବୀର ମଝିରେ ଆସିଯାଏ ସେତେବେଳେ ସୂର୍ଯ୍ୟଙ୍କର କିରଣ ପୃଥିବୀ ପର୍ଯ୍ୟନ୍ତ ପହଁଚିପାରେନାହିଁ ତେବେ ସେହି ଘଟଣାକୁ ସୂର୍ଯ୍ୟଗ୍ରହଣ କୁହାଯାଏ। ଗ୍ରହଣର ପ୍ରଭାବ ଆରମ୍ଭ ହୋଇଗଲା ପରେ କୌଣସି ବି ଶୁଭ କାମ କରାଯାଏନାହିଁ। କିନ୍ତୁ ଗ୍ରହଣ ସମୟରେ ଭଗବାନଙ୍କ ନାମକୁ ଜପ କରାଯାଇଥାଏ। ଯେଉଁଥିରେ ବ୍ୟକ୍ତିଙ୍କର ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଜଣାଇବାକୁ ଚାହିଁବୁ ଯେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଡିସେମ୍ବର ୨୬ରେ ଲାଗୁଛି।

ମାନ୍ୟତା ରହିଛି ଯେ ଗ୍ରହଣ ମନ୍ତ୍ର ସିଦ୍ଧି ପାଇଁ ବହୁତ ଭଲ ଉପଯୋଗୀ। କୁହାଯାଏ ଯେ କୌଣସି ବିଶେଷ ପ୍ରୟୋଜନ ପାଇଁ ଜପ କରାଯାଇଥିବା ମନ୍ତ୍ର ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗ୍ରହଣ କାଳରେ ଜପ ମନ୍ତ୍ର ଜପ କରିବା ପାଇଁ କୌଣସି ପ୍ରକାର ମାଳର ଆବଶ୍ୟକ ପଡନିଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ମନ୍ତ୍ର ଜପ କରିବାକୁ କହିବୁ ଯାହାଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ଶତୃଙ୍କର ବିନାଶ ଘଟିଥାଏ। ଯଦି ଆପଣଙ୍କର ଶତୃଙ୍କର ସଂଖ୍ୟା ଅଧିକ ଅଛି ତେବେ ବଗଳାମୁଖୀଙ୍କର ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ସମସ୍ତ ଶତୃଙ୍କର ନାଶ ଘଟିଥାଏ।

sunraiseଶତୃଙ୍କ ସିଦ୍ଧି ଅଧିକ ଥିଲେ ଚିନ୍ତିତ ନ ହୋଇ ଜପ କରନ୍ତୁ ଏହି ମନ୍ତ୍ର

ଓଁ ହ୍ଳିଂ ବଗଳାମୁଖୀ ଦେବ୍ୟ ସର୍ବ ଦ୍ରଷ୍ଟାନାମ ପାଞ୍ଚଂ ମୁଖଂ ପଦମ୍‌ ସ୍ତମ୍ଭୟ ଜିହ୍ରାମ କିଲୟ-କିଲୟ ବୃଦ୍ଧିମ ବିନାଶୟ ହ୍ଲିଂ ଓଁ ନମଃ

ବାକ୍‌ ସିଦ୍ଧି ପାଇଁ ଜପ କରନ୍ତୁ ଏହି ମନ୍ତ୍ର

ଓଁ ହ୍ଲିଂ ଦୁଂ ଦୁର୍ଗାୟଃ ନମଃ

ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଜପ କରନ୍ତୁ ଏହି ମନ୍ତ୍ର

ଓଁ ଶ୍ରୀଂ ହ୍ଲିଂ କ୍ଲିଂ ଓଁ ସ୍ୱାହାଃ

ଚାକିରି ଏବଂ ବ୍ୟବସାୟରେ ଉନ୍ନତି ପାଇବା ପାଇଁ ଏହି ମନ୍ତ୍ରକୁ ଗ୍ରହଣ ସମୟରେ ଜପ କରନ୍ତୁ

ଓଁ ଶ୍ରୀଂ ହ୍ଲିଂ ଶ୍ରୀଂ କମଳେ କମଳାଳୟେ ପ୍ରସିଦ୍‌-ପ୍ରସିଦ୍‌ ଶ୍ରୀଂ ହ୍ଲିଂ ଶ୍ରୀଂ ମହାଲକ୍ଷ୍ମେୟ ନମଃ

ମକଦ୍ଦମା ମାମଲାରେ ବିଜୟ ପାଇଁ ଏହି ମନ୍ତ୍ର ଜପ କରନ୍ତୁ

ଓଁ ହ୍ଲଂ ବଗଳାମୁଖୀ ସର୍ବଦୁଷ୍ଟାନା ଓ୍ଵାଞ୍ଚଂ ମୁଖଂ ପଦଂ ସ୍ତଂଭୟ ଜିହ୍ଵାଓ୍ଵାଂ କିଳୟ ବୃଦ୍ଧି ବିନାଶୟ ହ୍ଲିଂ ଓମ୍‌ ସ୍ୱାହା

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button