ଦେଶ

ଜାପାନର ବଡ ସଫଳତା : ୫ମ ଦେଶ ଭାବରେ ଜହ୍ନରେ ପହଁଚିଲା ଜାପାନ – Ibnodisha

[ad_1]

ଟୋକିଓ: ଜାପାନର ବଡ ସଫଳତା, ୫ମ ଦେଶ ଭାବରେ ଜହ୍ନରେ ପହଁଚିଲା ଜାପାନ। ଏହା ପୂର୍ବରୁ ଆମେରିକା, ଭାରତ, ଋଷ ଓ ଚୀନ ଜହ୍ନରେ ଅବତରଣ କରିସାରିଛନ୍ତି। ଶନିବାର ଦିନ ଏହି ମହାକାଶଯାନ ଚନ୍ଦ୍ର ପୃଷ୍ଠକୁ ଛୁଇଁବା ପରେ ଚନ୍ଦ୍ରରେ ପୃଥିବୀର ପ୍ରଥମ ‘ପିନପଏଣ୍ଟ ଅବତରଣ’ କରିଛି। କିନ୍ତୁ ଚୂଡାନ୍ତ ନିର୍ଣ୍ଣୟ ନେବା ପାଇଁ ଅଧିକ ସମୟ ଲାଗିପାରେ ବୋଲି ଜାପାନର ମହାକାଶ ଅଧିକାରୀ କହିଛନ୍ତି। ପ୍ରଥମ ପ୍ରୟାସରେ ଅବତରଣ କରିବାରେ ସଫଳ ହୋଇଛି ଜାପାନ । ଜାପାନର ସ୍ଥାନୀୟ ସମୟ ଅନୁଯାୟୀ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ରାତି ପ୍ରାୟ ୧୨ଟା ୨୦ମିନିଟ୍ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ଜାପାନର ଏହି ଅଭିଯାନକୁ ମୁନ୍ ସ୍ନାଇପର କୁହାଯାଉଛି । ୦୬ ସେପ୍ଟେମ୍ବର ୨୦୨୩ରେ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ଲଂଚ ହୋଇଥିଲା । ଏହି ମହାକାଶଯାନରେ କୌଣସି ମହାକାଶଚାରୀ ନଥିଲେ । ଡିସେମ୍ବର ୨୫ରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button