IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶରୀର ପାଇଁ ଲାଭକାରୀ ମଟର ନିମୋନା, ଜାଣନ୍ତୁ ପ୍ରସ୍ତୁତ କରିବାର ସଠିକ ଉପାୟ

ଥଣ୍ଡାଦିନେ ଗ୍ରୀନ୍‌ ମଟର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଗ୍ରୀନ୍‌ ମଟରରେ ପ୍ରଚୁର ମାତ୍ରାରେ ଭିଟାମିନ-କେ, ଭିଟାମିନ-ଏ, ଭିଟାମିନ-ସି ରହିଥାଏ, ଯାହା ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଭାରତରେ ମଟରରେ ଅନେକ ଖାଦ୍ୟ ପସ୍ତୁତ କରାଯାଇଥାଏ, ଯେପରି ସୁଖା ଆଲୁ ମଟର ବା ମଟର, ଆଳୁ ତରକାରୀ। ଏହି ସବୁ ଖାଦ୍ୟ ସହ ଭାରତରେ ମଟର ନିମୋନା ମଧ୍ୟ ପ୍ରସ୍ତୁତ କରାଯାଏ, ଯାହା ଆପଣଙ୍କ ଶରୀର ପାଇଁ ଲାଭକାରୀ ହୋଇଥାଏ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ମଟର ନିମୋନା।

ଆବଶ୍ୟକୀୟ ସାମଗ୍ରୀ:

peaଗ୍ରୀନ୍‌ ମଟର-୧କପ
ଆଳୁ-୨
ପିଆଜ୍‌ ପେଷ୍ଟ-୨ ଚାମଚ
ଟମାଟ-୨ ଚାମଚ
ରସୁଣ- ୮କୋଲା
କଟାଯାଇଥିବା ଅଦା-୨ ଚାଚ
ଧନିଆ ପତ୍ର- ୧ ଚାମଚ
ଲଙ୍କାଗୁଣ୍ଡ- ୨ଚାମୁଚ
ଜୀରା-୧ଚାମଚ
ହେଙ୍ଗୁ-୧ ଚାମଚ
ହଳ ଦୀ- ୧ଚାଚ
ଗରମ ମସଲା-୧ ଚାମଚ
ତେଲ- ୨ଚାମଚ
ଲୁଣ- ସ୍ୱାଦନୁସାରେ।

ପ୍ରସ୍ତୁତ କରିବା ବିଧି:

Nimonaପ୍ରଥମେ ଆପଣ ଧନିଆ ପତ୍ର, କଞ୍ଚାଳଲଙ୍କା, ରହୁଣ, ଅଦା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଗ୍ରୀନ୍‌ ମଟରକୁ ଅଳ୍ପ ଗ୍ରାଇଡିଂ କରି ଦିଅନ୍ତୁ। ଏହାପରେ ଏକ କଡେଇରେ ତେଲ ଗରମ କରି ସେଥିରେ ହେଙ୍ଗୁ, ଜୀରା, କଟା ହୋଇଥିବା ଅଦା ପକାଇ ହାଲୁକା ଭାଜି ଦିଅନ୍ତୁ। କିଛି ସମୟ ପରେ ଏଥିରେ ପିଆଜ ପକାଇ ଭାଜି ଦିଅନ୍ତୁ। ବର୍ତ୍ତମାନ ତିଆରି କରାଯାଇଥିବା ମସଲା, ଗ୍ରାଇଡିଂ ହୋଇଥିବା ଗ୍ରୀନ୍‌ ମଟରକୁ ଅଳ୍ପ ଆଞ୍ଚରେ କିଛି ସମୟ ପର୍ଯ୍ୟନ୍ତ ମିଶାଇ ରଖନ୍ତୁ। ଏହାପରେ ସେଥିରେ ଆଳୁ, ଗରମ ମସଲା, ଲୁଣ ଏବଂ ତିନି କପ୍‌ ପାଣି ପକାଇ ଅଳ୍ପ ଆଞ୍ଚରେ ସିଝିବାକୁ ଛାଡିଦିଅନ୍ତୁ। ଯେତେବେଳେ ଆଳୁ ଭଲଭାବେ ସିଝିଯିବ ତେବେ ଗ୍ୟାସ ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ମଟର ନିମୋନା। ଏହାପରେ ସେଥିରେ କଟା ଯାଇଥିବା ଧନିଆ ପତ୍ର ପକାଇ ଥଣ୍ଡାରେ ଗରମା-ଗରମ ମଟର ନିମୋନାର ମଜା ଉଠାନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button