ଭଗବାନଙ୍କ ମୂର୍ତ୍ତି ଉପହାରରେ ଦେବା ବେଳେ ଦ୍ୱିଧାରେ ରହୁଛନ୍ତି କି, ଜାଣନ୍ତୁ କାହାକୁ କି ଉପହାର ଦେବା ହୋଇଥାଏ ଶୁଭଙ୍କର

ଶାସ୍ତ୍ରବିତ୍ଙ୍କ ଅନୁସାରେ ବିବାହରେ ରାମ ଦରବାର, ରାଧାକୃଷ୍ଣ କିମ୍ବା ଶିବ ପରିବାରର ମୂର୍ତ୍ତି ଉପହାର ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦେବାଦେବୀଙ୍କ ଫଟୋ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଢ଼ାଇବା ସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି କରେ।

ଗୃହ ପ୍ରବେଶ ବେଳେ ଗଣେଶଙ୍କ ପ୍ରତିମା ଉପହାରର ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଉପହାରରେ ସବୁବେଳେ ଛୋଟ ମୂର୍ତ୍ତି ଦେବା ଉଚିତ।

ଗଣେଶଙ୍କ ମୂର୍ତ୍ତିରେ ଶୁଣ୍ଢ ଡାହାଣ ପଟକୁ ଥିଲେ ତାହାକୁ ଘରେ ରଖନ୍ତୁ। ବାମ ପଟେ ଶୁଣ୍ଢ ଥିବା ମୂର୍ତ୍ତିକୁ ବ୍ୟବସାୟିକ ପ୍ରତିଷ୍ଠାନରେ ରଖିବା ଶୁଭଙ୍କର ହୋଇଥାଏ।
ଉପହାର ଦେବା ବେଳେ ସବୁବେଳେ ପଥର, ମାଟି କିମ୍ବା ଧାତୁ ନିର୍ମିତ ମୂର୍ତ୍ତି ଦିଅନ୍ତୁ। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତିକୁ ପୂଜା କରାଯାଏ ନାହିଁ। ଏଣୁ ଏହାକୁ ଉପହାରରେ ଦିଅନ୍ତୁ ନାହିଁ।

ତେବେ ଉପହାରରେ କେବେ ବି କାହାକୁ ଲକ୍ଷ୍ମୀଙ୍କ ମୂର୍ତ୍ତି ଦେବା କଥା ନୁହେଁ। ଏହା ଦ୍ୱାରା ଘରୁ ଲକ୍ଷ୍ମୀ ଚାଲିଯାଆନ୍ତି।
ଆପଣ ଚାହିଁଲେ ଉପହାରରେ ଜଗନ୍ନାଥଙ୍କ ମୂର୍ତ୍ତି ମଧ୍ୟ ଦେଇପାରିବେ।


