ଅପରାଧ

ଯୁବକଙ୍କ ଉନ୍ମତ୍ତକାଣ୍ଡ; ମା’ କାଳୀଙ୍କ ବିଗ୍ରହ ଭଙ୍ଗାରୁଜା – Ibnodisha

[ad_1]

ସମ୍ୱଲପୁର : ଆଜି ଆଲୋକର ପର୍ବ ଦୀପାବଳି। ଦୀପାବଳି ଅବସରରେ ମା’ କାଳୀଙ୍କ ପୂଜା କରାଯାଇଥାଏ। ତେବେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡାରେ ଜଣେ ଯୁବକ ମା’ କାଳୀଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।

ଗତକାଲି ସନ୍ଧ୍ୟାରେ କୁଚିଣ୍ଡା ସାପ୍ତାହିକ ବଜାର ନିକଟରେ ଥିବା କାଳୀ ମନ୍ଦିରରେ ଏହି ଘଟଣା ଘଟିଛି। ଯୁବକ ଜଣଙ୍କ ମନ୍ଦିରର ତାଲା ଭାଙ୍ଗି ମା’ କାଳୀଙ୍କ ମୂର୍ତ୍ତି ଏବଂ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ। ଏହା ସହିତ ସହ ମା’ଙ୍କ ଅଳଙ୍କାର, ବାସନକୁସନ, ଆସବାବପତ୍ର, ଘଣ୍ଟ, ପିତଳ ସାମଗ୍ରୀ ଓ ଖଣ୍ଡା ପ୍ରଭୃତି ନେଇ ପଳାଉ ଥିବା ସମୟରେ ଲୋକଙ୍କ ହାତରେ ଧରା ପଡ଼ିଥିଲେ। ଲୋକେ ତାଙ୍କୁ କାବୁ କରି ପୁଲିସକୁ ଦେଇଥିଲେ। ପୁଲିସ ତାଙ୍କ ଠାରୁ ସମସ୍ତ ସାମଗ୍ରୀକୁ ଜବତ କରି ତାଙ୍କୁ ପଚରାଉଚୁରା କରିଛି। ଅନ୍ୟପଟେ ଯୁବକଙ୍କ ଏଭଳି କାଣ୍ଡକୁ ନେଇ ମନ୍ଦିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button