ଅପରାଧ

ପାରିବାରିକ କଳହ ହେଲା କାଳ: ଭାଇକୁ ଏସିଡ ମାଡ କଲା ଭାଇ – Ibnodisha

[ad_1]

ଭୁବନ: ଭାଇକୁ ଭାଇ କଲା ଏସିଡ ମାଡ । ପାରିବାରିକ କଳହକୁ କେନ୍ଦ୍ର କରି ଏସିଡ ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ସାନଭାଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଗୁରୁତର ହେଲେ ଭୁବନ ଥାନା ବାଲିବୋ ପଞ୍ଚାୟତ ଗଡଗହଁପୂର ଗାଁର ଭାଗିରଥୀ ନାୟକ। ପାରିବାରିକ କଳହକୁ ନେଇ ଏସିଡ ଆକ୍ରମଣର ଶିକାର ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି।

ପୂର୍ବରୁ ଘରର ଜମି ବାଡିକୁ ନେଇ ପରିବାରର ଭାଇ ଭାଇ ମଧ୍ୟରେ ଝଗଡା ଲାଗି ରହିଥିଲା। ଭାଗିରଥିଙ୍କ ଦୁଇ ଭାଇ ମିଶି ତାଙ୍କ ଉପରକୁ ଏସିଡ ମାଡ କରିଥିଲେ। ଫଳରେ ତାଙ୍କର ମୁହଁରେ ଏସିଡ ମାଡ ହେବା ସହ ଦୁଇ ହାତରେ ମଧ୍ୟ ଏସିଡ ପଡିଛି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏସିଡ ମାଡରେ ପରେ ଦୁଇ ଭାଇ ଫେରାର ହୋଇଯାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button