ଅପରାଧ

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

 

IBN ଓଡିଶା:- Report by:-

(manas ranjan biswal) କନ୍ଧମାଳ :ଗଞ୍ଜାମ ସୀମାନ୍ତ ଚକାପାଦ ବ୍ଲକ ଲେଙ୍ଗେରି ମୁଣ୍ଡା ଗାଁ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଗୁରୁବାର ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା । ହେଲେ ଗୁଳିବିନିମୟରେ କେହି ମୃତାହତ ହୋଇ ନଥିଲେ ।

ଚକାପାଦ ନିକଟସ୍ଥ ଲେଙ୍ଗେରିମୁଣ୍ଡା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ଏସଓଜିଓ ଓ ଡିଭିଏଫ ଯବାନମାନେ କମ୍ବିଂ ଅପରେସନ କରିଥିଲେ । ହେଲେ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିବା ବେଳେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ କିଛି ମାଓ ସାମଗ୍ରୀ ଜବତ କରିଥିବା କୁହାଯାଉଛି। ସେଥି ମଧ୍ୟରୁ ଗ୍ରେନେଡ, ବିସ୍ଫୋରକ ଦ୍ରବ୍ୟ, ମାଓ ପୋଷାକ, ତାର, ମେଡିସିନ ଆଦି ଜବତ କରିଥିବା କନ୍ଧମାଳ ଏସପି ବୀନିତ ଅଗ୍ରୱାଲ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button