ଅପରାଧ
ମନ୍ଦିର ପରିସରରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର – Ibnodisha
[ad_1]
ଜଳେଶ୍ବର: ଜଳେଶ୍ବରରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ରେଳ ଷ୍ଟେସନ ନିକଟ କାଳି ମନ୍ଦିର ପରିସରରୁ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର । ଆଜି ସକାଳେ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସି ଥିବା ବେଳେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।
ଏନେଇ ସେ ବସ୍ତା ପୋଲିସ ଏବଂ ମନ୍ଦିର କମିଟିର ସଭାପତି ଓ ସ୍ଥାନୀୟ ଲୋକଙ୍କୁ ଖବର ଦେଇ ଥିଲେ । ମୃତ ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ଦେହରେ ଅନେକ କ୍ଷତ ରହିଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍
[ad_2]