ଅପରାଧ

ପ୍ରଥମେ ଦୁଷ୍କର୍ମ ଆଉ ତାପରେ….. – Ibnodisha

[ad_1]

ଢେଙ୍କାନାଳ: ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଆକାଂକ୍ଷିତ ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଭୁବନ ପାଟପୁର ଅଞ୍ଚଳର ଅଭିଯୁକ୍ତ ପ୍ରଦୀପ୍ତ ପାତ୍ର (୩୦)ଙ୍କୁ ୨୦ ବର୍ଷ ଜେ୍ ଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ । ପ୍ରକାଶ ଯେ, ଗତ ୧୮ା୫ା୨୦୨୧ରେ ନାବାଳିକା ନଳକୂଅକୁ ପାଣି ଆଣି ଯାଇଥିବା ସମୟରେ ପ୍ରଦୀପ୍ତ ଅପହରଣ କରିନେଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା ।

ଏ ସମ୍ପର୍କରେ ନାବାଳିକାର ବାପା ଭୁବନ ଥାନାରେ ଏତଲା ଦେଇଥିଲେ । ପରେ ଏହି ମାମଲାର ବିଚାର କରି ବିଚାରପତି ଶ୍ରୀ ମିଶ୍ର ସାକ୍ଷ୍ୟ ପ୍ରମାଣ, ପୀଡିତାର ବୟାନ ଓ ଦସ୍ତାବିଜ ଆଧାରରେ ଅଭିଯୁକ୍ତ ପ୍ରଦୀପ୍ତ ପାତ୍ରକୁ ଦଣ୍ଡ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପୋକ୍ସୋ କୋର୍ଟ ପିପି ନିରଞ୍ଜନ ସାହୁ ମାମଲା ପରିଚାଳନା କରିଥିବା ବେଳେ ଅତିରିକ୍ତ ପିପି ସୂର୍ଯ୍ୟନାରାୟଣ ତ୍ରିପାଠୀ ସହଯୋଗ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button