ଅପରାଧ

୪ ବର୍ଷର ପୁଅକୁ ହତ୍ୟା କଲା ମାଆ; ସୁଟକେଶରେ ପୁରାଇ ଗୋଆରୁ କର୍ଣ୍ଣାଟକ ଆଣିଲା – Ibnodisha

[ad_1]

ବେଙ୍ଗାଲୁରୁ: ରାକ୍ଷସୀ ପାଲଟିଲା ମାଆ । ନିଜ ଜନ୍ମକଲା ପୁଅର ରକ୍ତରେ ହୋଲି ଖେଳିଲା । ୪ ବର୍ଷର ପୁଅକୁ ହତ୍ୟା କରି ସୁଟକେଶରେ ପୁରାଇ ଗୋଆରୁ କର୍ଣ୍ଣାଟକ ଆଣିଲା । ଜଣେ ମାଆର ଏଭଳି ନୃଶଂସତା ସହଜରେ ବିଶ୍ୱାସ ହେଉନଥିଲେ ବି ଏହି ସ୍ପର୍ଶକାତର ଘଟଣା ଘଟିଛି ଗୋଆରେ । ଗୋଆର ଏକ ହୋଟେଲ ରୁମରେ ନିଜ ଜନ୍ମିତ ଶିଶୁକୁ ହତ୍ୟା କରି ସୁଟକେଶରେ ପୁରାଇ କର୍ଣ୍ଣାଟକ ଯାଉଥିବା ବେଳେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହି ହତ୍ୟାର କାରଣ ଏବେସୁଦ୍ଧା ଅସ୍ପଷ୍ଟ ରହିଛି । ଜନ୍ମିତ ପୁଅକୁ ହତ୍ୟା ଅଭିଯୋଗରେ ମାଆ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ଏକ କମ୍ପାନୀର ସିଇଓ ଥିବା ସୁଚନା ସେଠ ଶନିବାର ଦିନ ଉତ୍ତର ଗୋଆର ଏକ ହୋଟେଲକୁ ନିଜର ୪ ବର୍ଷର ପୁଅକୁ ନେଇ ଯାଇଥିଲେ । ସେଠାରେ ୨ ଦିନ ରହିବା ପରେ ସୋମବାର ଦିନ ହୋଟେଲ ରୁମ ଛାଡି ଏକ ଟ୍ୟାକ୍ସିରେ ଫେରିଥିଲେ । ମହିଳା ଜଣକ ହୋଟେଲ ଛାଡିବା ପରେ କର୍ମଚାରୀମାନେ ରୁମ ସଫେଇ କରିବା ସମୟରେ ରକ୍ତ ଦାଗ ଦେଖିବାକୁ ପାଇଥିଲେ । ଏନେଇ ହୋଟେଲ ମ୍ୟାନେଜର ଗୋଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଗୋଆ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା । ହୋଟେଲର ସିସିିଟିଭି ଫୁଟେଜ ଯାଞ୍ଚ ସମୟରେ ମହିଳା ଜଣକ ଆସିବା ବେଳେ ନିଜ ସାଥିରେ ଏକ ଛୋଟ ଶିଶୁକୁ ଆଣିଥିବା ବେଳେ ଗଲା ସମୟରେ ପିଲାଟି ନଥିବା ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ସନ୍ଦେହ କରି ମହିଳାଙ୍କୁ ନେଉଥିବା ଟ୍ୟାକ୍ସି ଡ୍ରାଇଭରଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଓ ଡ୍ରାଇଭର ମାଧ୍ୟମରେ ମହିଳାଙ୍କ ସହ କଥା ହୋଇଥିଲେ ।

ଏନେଇ ମହିଳାଙ୍କୁ ପଚରାଉଚରା କରିବାରୁ ସେ ପିଲାଟିକୁ ତାଙ୍କ ବନ୍ଧୁ ଘରେ ଛାଡି ଦେଇଥିବାର ପୋଲିସଙ୍କୁ ସୂଚନା ଦେଇଥିଲେ । ପୋଲିସ ମହିଳାଙ୍କୁ ସେହି ବନ୍ଧୁଙ୍କ ଠିକଣା ମାଗିଥିଲେ । ପରେ ଅଧିକ ତଦନ୍ତ ପାଇଁ ମହିଳା ଦେଇଥିବା ଠିକଣା ସ୍ଥାନରେ ପହଞ୍ଚିବା ପରେ ସେହି ଠିକଣା ଭୁଲ ଥିବା ଜାଣିବାକୁ ପାଇଥିଲେ । ଫଳରେ ପୋଲିସ ସନ୍ଦେହ ଆହୁରି ଦୃଢୀଭୂତ ହୋଇଯାଇଥିଲା । ଟ୍ୟାକ୍ସି ଡ୍ରାଇଭରଙ୍କୁ ପୁଣି ଯୋଗାଯୋଗ କରି ମହିଳାଙ୍କୁ ନିକଟସ୍ଥ ଥାନାକୁ ନେଇ ଯିବାକୁ ଗୋଆ ପୋଲିସ ଡ୍ରାଇଭରଙ୍କୁ କହିଥିଲେ । ଏହାପରେ ଡ୍ରାଇଭର ଜଣକ କର୍ଣ୍ଣାଟକ ରାଜ୍ୟର ଚିତ୍ରଦୁର୍ଗ ଜିଲ୍ଲା ଅନ୍ତର୍ଗତ ଐମାନଗଲା ଥାନାରେ ମହିଳାଙ୍କୁ ପହଞ୍ଚାଇ ଦେଇଥିଲା । ଗୋଆ ପୋଲିସ ଏ ବାବଦରେ କର୍ଣ୍ଣାଟକ ପୋଲିସର ତୁରନ୍ତ ସୂଚନା ଦେଇଥିଲା । ତେବେ ଥାନାରେ ତଦନ୍ତ ବେଳେ ମହିଳାଙ୍କ ନିକଟରେ ଥିବା ସୁଟକେଶରୁ ୪ ବର୍ଷୀୟ ଶିଶୁଟିର ମୃତଦେହ ମିଳିଥିଲା । ମହିଳାଙ୍କୁ ଗିରଫ କରିବା ସହ ପୋଲିସ ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button