ଖେଳ

ବାଭୁମା ଆହତ, ସେମିଫାଇନାଲ୍ ଖେଳିବା ନେଇ ସଂଶୟ – Ibnodisha

[ad_1]

ଅହମ୍ମଦାବାଦ:  ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳାଯାଇଥିବା ଚଳିତ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍‌ରେ ସାଉଥ୍ ଆଫ୍ରିକା କ୍ୟାପ୍‌ଟେନ୍ ଟେମ୍ବା ବାଭୁମା ଆହତ ହୋଇଛନ୍ତି । ଫିଲ୍ଡିଂ ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିବା କାରଣରୁ ସେ ଛୋଟଉଥିଲେ ।

ବ୍ୟାଟିଂ ବେଳେ ମଧ୍ୟ ସିଙ୍ଗଲ୍ ରନ୍ ନେବାରୁ ଦୂରେଇ ରହୁଥିଲେ । ଏପରି ସ୍ଥିତିରେ ତାଙ୍କର ସେମିଫାଇନାଲ୍ ଖେଳିବା ନେଇ ସଂଶୟ ସୃଷ୍ଟି ହୋଇଛି । ସାଉଥ୍ ଆଫ୍ରିକା ନଭେମ୍ବର ୧୬ରେ କୋଲ୍‌କାତାର ଇଡେନ୍ ଗାର୍ଡେନ୍ସରେ ଦ୍ୱିତୀୟ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ । ଯଦି ବାଭୁମା ସେମିଫାଇନାଲ୍‌ରୁ ବାଦ୍ ପଡ଼ନ୍ତି, ତେବେ ଏଦେନ୍ ମାର୍କରମ୍ ନେତୃତ୍ୱ କରିପାରନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button