ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳି ନ ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା – Ibnodisha

[ad_1]

ନୂଆଦିଲ୍ଲୀ : ଚଳିତ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତର ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ବାଙ୍ଗାଲୋରରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇପାରେ । ସେଠାରେ ଇଂଲଣ୍ଡର ବିଶେଷଜ୍ଞ ଡାକ୍ତର ତାଙ୍କର ଚିକିତ୍ସା କରିବେ । ଯଦି ଏହା ହୁଏ ତେବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଖେଳି ନ ପାରନ୍ତି । ୨୯ ଅକ୍ଟୋବରରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦଳ ସହିତ ଯୋଗଦେବେ ବୋଲି ଆଶା କରାଯାଉଛି । ସ୍କାନ ରିପୋର୍ଟ ଅନୁଧ୍ୟାନ କରିବା ପରେ ଇଂଜେକଶନ ମାଧ୍ୟମରେ ସେ ଭଲ ହୋଇଯିବେ ବୋଲି ଚିକିତ୍ସକଙ୍କୁ ପକ୍ଷରୁ କୁହାଯାଇଛି ।ମ୍ୟାଚରେ ଲିଟନ ଦାସଙ୍କ ଏକ ଶଟକୁ ରୋକିବାକୁ ଯାଇ ହାର୍ଦ୍ଦିକ ସନ୍ତୁଳନ ହରାଇ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡ୍ରେସିଂ ରୁମକୁ ପଠାଇ ଦିଆଯାଇଥିଲା । ଏହା ପରେ ସେ ଆଉ ଖେଳିବାକୁ ଆସି ନ ଥିଲେ । ବିରାଟ କୋହଲିଙ୍କ ଶତକ ବଳରେ ଭାରତ ଏହି ମ୍ୟାଚରେ ସହଜରେ ବିଜୟ ହାସଲ କରି ନେଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button