ଖେଳ

ଶ୍ରୀଲଙ୍କାକୁ ୪୧ ରନ୍‌ରେ ହରାଇ ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆ – Ibnodisha

[ad_1]

କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ର ଏକ ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କାକୁ ରନରେ ହରାଇ ଦେଇଛି ଭାରତ । ଭାରତ ପକ୍ଷରୁ ଶ୍ରୀଲଙ୍କା ଆଗରେ ୨୧୪ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦୁନିଥ ୱାଲାଲାଙ୍ଗେ ସର୍ବାଧିକ ୪୨ ରନ କରିଥିବାବେଳେ ଧନଞ୍ଜୟ ଡିସିଲଭା ୪୧ ରନ କରିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୪ଟି ୱିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ସ୍ପିନକୁ ସୁହାଉଥିବା ଏକ ପିଚରେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆରମ୍ଭରୁ ସତର୍କତାର ସହ ଖେଳି ଏକ ଭଲ ମୂଳଦୁଆ ପକାଇଥିଲେ । ରୋହିତ ଶର୍ମା ୫୩ ରନ କରିଥିବାବେଳେ ଗିଲ୍ ୧୯ ରନ କରିଥିଲେ । କିନ୍ତୁ ବିରାଟ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ତେବେ ଇଶାନ କିଷନ ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ୩୯ ରନ ଓ କିଷନ ୩୩ ରନ କରିଥିଲେ । କିଷନ ଆଉଟ ହେବା ପରେ ଦଳର ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ । କିନ୍ତୁ ଶେଷ ବେଳକୁ ଅକ୍ଷର ପଟେଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୧୩ ପର୍ଯ୍ୟନ୍ତ ନେଇଯାଇଥିଲେ । ସେ ୨୬ ରନ କରି ଶେଷ ଓଭରରେ ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଦୁନିଥ୍ ୱାଲାଙ୍ଗେ ୫ଟି ୱିକେଟ ନେଇଥିବାବେଳେ ଚରିଥ୍ ଅସଲଙ୍କା ୪ଟି ୱିକେଟ ନେଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button