ଖେଳ

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦; ଖେଳିବେନି କୋହଲି ଓ ରଶିଦ୍ ଖାନ୍‌ – Ibnodisha

[ad_1]

ମୋହାଲି : ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍‌ରେ ଖେଳାଯିବ । ଜୁନ୍‌ରେ ଆମେରିକା ଓ କ୍ୟାରିବିୟାନ୍‌ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହା ଭାରତ ପାଇଁ ଶେଷ ଟି-୨୦ ସିରିଜ୍ ହୋଇଥିବାରୁ ଏହାର ଗୁରୁତ୍ୱ ବହୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ୧୪ ମାସ ପରେ ଷ୍ଟାର୍ ବ୍ୟାଟର୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟି-୨୦ ଟିମ୍‌କୁ ପ୍ରତ୍ୟାବର୍ତ୍ତନ ଘଟିଛି । ଫଳରେ ଟିମ୍‌ର ଶକ୍ତି ବହୁ ପରିମାଣରେ ବୃଦ୍ଧି ପାଇଛି । ଘରୋଇ ମାଟିରେ ଭାରତକୁ ଚ୍ୟାଲେଞ୍ଜ୍ ଦେବା ଆଫଗାନିସ୍ତାନ ପାଇଁ ସହଜ ହେବ ନାହିଁ । ମୋହାଲିରେ ଭାରତର ଉନ୍ନତ ରେକର୍ଡ ରହିଛି । ଟିମ୍ ଇଣ୍ଡିଆ ଏଠାରେ ପୂର୍ବରୁ ଖେଳିଥିବା ୪ଟି ମ୍ୟାଚ୍‌ରୁ ତିନିଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଛି ।

ସେହିପରି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପୂର୍ବରୁ ମୋଟ ୫ ଟି-୨୦ ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ୪ଟି ବିଜୟୀ ହୋଇଛି ଏବଂ ଗୋଟିକର ଫଳାଫଳ ବାହାରିପାରି ନଥିଲା । ଦୁଇ ଟିମ୍ ମଧ୍ୟରେ ଶେଷ ମ୍ୟାଚ୍ ୨୦୨୨ ସେପ୍ଟେମ୍ବରରେ ଦୁବାଇରେ ଖେଳାଯାଇଥିଲା । ଏଥିରେ ଟିମ୍ ଇଣ୍ଡିଆ ୧୦୧ ରନ୍‌ରେ ବିଜୟ ହାସଲ କରିଥିଲା । ସୂଚନାଯୋଗ୍ୟ, ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଅନୁଭବୀ ଖେଳାଳିଙ୍କ ସହିତ ଯୁବ ଖେଳାଳିଙ୍କୁ ସାମିଲ କରିଛି । ଟିମ୍‌ରେ ଯଶସ୍ୱୀ ଜୟସ୍ୱାଲ୍‌, ତିଳକ ବର୍ମା ଓ ରିଙ୍କୁ ସିଂହଙ୍କ ସାମିଲ କରାଯାଇଛି । ସେହିପରି ୱାଶିଂଟନ୍ ସୁନ୍ଦର, ଶିଭମ୍ ଦୁବେ, ଜିତେଶ ଶର୍ମା, ସଞ୍ଜୁ ସାମ୍‌ସନ୍‌, ଆଭେସ୍ ଖାନ୍ ଏବଂ ଅର୍ଶଦୀପ ସିଂହଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିଛି ।

ଅନ୍ୟପକ୍ଷରେ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ୍‌ରେ ଆଫଗାନିସ୍ତାନର ଉଲ୍ଲେଖନୀୟ ଦେଖିଲେ ଟିମ୍ ନିକଟରେ ସିରିଜ୍ ଅପ୍‌ସେଟ୍ କରିବା କ୍ଷମତା ରହିଛି । ପ୍ରମୁଖ ଖେଳାଳି ରଶିଦ୍ ଖାନ୍ ଆଘାତଜନିତ କାରଣରୁ ସିରିଜ୍‌ରୁ ବାଦ୍ ପଡ଼ିଥିଲେ ମଧ୍ୟ କ୍ୟାପ୍‌ଟେନ୍ ଇବ୍ରାହିମ୍ ଜାଦରାନ୍‌, ନବୀନ ଉଲ୍ ହକ୍‌, ଗୁରବାଜ୍‌, ନଜିବୁଲ୍ଲାହ ଜାଦ୍‌ରାନ୍ ମହମ୍ମଦ ନବୀ, ମୁଜିବ୍ ଉର୍ ରହମାନ୍‌, ଫଜଲ୍‌ହକ୍ ଫାରୁକିଙ୍କ ପରି ଖେଳାଳିଙ୍କ ଉପସ୍ଥିତିରେ ଆଫଗାନିସ୍ତାନ ଟିମ୍‌ର ଶକ୍ତି ବୃଦ୍ଧି ପାଇଛି । ଆହୁରି ପୁଣି ଏହି କ୍ରିକେଟ୍‌ର ଏହି ଫର୍ମାଟ୍‌ରେ ଟିମ୍ ବହୁ ଶକ୍ତିଶାଳୀ । ଟିମ୍‌ର ବିଜୟ ହାର ପ୍ରାୟ ୬୨%ରୁ ଅଧିକ ରହିବ । ଏପରି ସ୍ଥିତିରେ ଆଫଗାନିସ୍ତାନ ପୂରା ଆତ୍ମବିଶ୍ୱାସର ସହ ସିରିଜ୍ ଆରମ୍ଭ କରିବା ସମ୍ଭାବନା ରହିଛି ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ୍‌, ଶୁବମାନ ଗିଲ୍‌, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟ୍‌କିପର), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ମୁକେଶ କୁମାର ।

ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ଇବ୍ରାହିମ ଜାଦ୍‌ରାନ (ଅଧିନାୟକ), ରହମନୁଲ୍ଲା ଗୁରବାଜ୍ (ୱିକେଟ୍‌କିପର୍‌), ହଜରତୁଲ୍ଲା ଜାଜାଇ, ରହମତ ଶାହ, ନଜିବୁଲ୍ଲା ଜାଦ୍‌ରାନ, ମହମ୍ମଦ ନବି, ମୁଜୀବ୍ ଉର୍ ରହମାନ, ଫଜଲହକ ଫାରୁକୀ, ନବୀନ୍ ଉଲ୍ ହକ୍‌, ନୁର ଅହମ୍ମଦ, ଗୁଲବଦିନ ନାଏବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button