ଖେଳ

ଜୁନ୍‌ରେ ପ୍ରଥମ ବେଙ୍ଗଲ୍ ପ୍ରୋ ଟି-୨୦ ଲିଗ୍‌ – Ibnodisha

[ad_1]

କୋଲ୍‌କାତା: ବେଙ୍ଗଲ କ୍ରିକେଟ୍ ସଂଘ ପକ୍ଷରୁ ଫ୍ରାଞ୍ଚାଇଜି ଟିମ୍ ଆଧାରିତ ବେଙ୍ଗଲ୍ ପ୍ରୋ ଟି-୨୦ ଲିଗ୍‌ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ଜୁନ୍‌ରେ ଆୟୋଜିତ ହେବ । ଆଇପିଏଲ୍ ପରି ପଶ୍ଚିମବଙ୍ଗର ସହର ଏବଂ ଜିଲ୍ଲା ନାମରେ ନାମିତ ଆଠଟି ଟିମ୍ ଲିଗ୍‌ରେ ଭାଗନେବେ । ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ବର୍ଷ କ୍ୟାବ୍ ଗାଇଡ୍‌ଲାଇନ୍ ଅନୁସାରେ ବେଙ୍ଗଲ୍ ସିନିୟର୍ ସମେତ ଜିଲ୍ଲା କ୍ୟାଚ୍‌ମେଣ୍ଟ୍ ଅଞ୍ଚଳରୁ ଡ୍ରାଫ୍ଟ ପ୍ରକ୍ରିୟା ଜରିଆରେ ଫ୍ରାଞ୍ଚାଇଜିଗୁଡ଼ିକ ଖେଳାଳି ଚୟନ କରିବେ । ପ୍ରତ୍ୟେକ ଫ୍ରାଞ୍ଚାଇଜି ଟିମ୍ ପୁରୁଷ ସ୍କ୍ୱାଡ୍‌ରେ ୧୭ ଜଣ ଏବଂ ମହିଳା ସ୍କ୍ୱାଡ୍‌ରେ ୧୬ ଜଣ ଖେଳାଳି ରଖିପାରିବେ । ଅର୍ଥାତ୍ ବେଙ୍ଗଲର ମୋଟ ୨୬୪ ଶୀର୍ଷ କ୍ରିକେଟର୍ ଲିଗ୍‌ରେ ଅଂଶଗ୍ରହଣ କରିବେ । ସେହିପରି ବିସିସିଆଇର ଗାଇଡ୍‌ଲାଇନ୍ ଅନୁସାରେ ବେଙ୍ଗଲ୍‌ର କୋଚ୍ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଏକ ପୁଲ୍ ରହିବ ଏବଂ ଫ୍ରାଞ୍ଚାଇଜିଗୁଡ଼ିକ ଏହି ପୁଲ୍‌ରୁ କୋଚ୍ ଓ ସପୋର୍ଟ ଷ୍ଟାଫ୍ ଚୟନ କରିବେ । ଆଇସିସି ଓ ବିସିସିଆଇ କୋଡ୍ ଅଫ୍ କଣ୍ଡକ୍ଟ ପରି ସିଏବି ସମସ୍ତ ଟିମ୍ ପାଇଁ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ କରିବ ଏବଂ ବିସିସିଆଇର ଆଣ୍ଟି-କରପ୍‌ସନ୍ ୟୁନିଟ୍ ପୂରା ଲିଗ୍‌କୁ ମନିଟର୍ କରିବ । ଲିଗ୍ ଓ ନକ୍‌ଆଉଟ୍ ଭିତ୍ତିରେ ଉଭୟ ପୁରୁଷ ଓ ମହିଳା ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୩୧ ମ୍ୟାଚ୍ ଖେଳାଯିବ । ସମସ୍ତ ପୁରୁଷ ମ୍ୟାଚ୍ ଇଡେନ୍ ଗାର୍ଡେନ୍ସରେ ଏବଂ ମହିଳା ମ୍ୟାଚ୍ ଯାଦବପୁର ୟୁନିଭର୍ସିଟିର ସଲ୍ଟ ଲେକ୍ କ୍ୟାମ୍ପସ୍ ଗ୍ରାଉଣ୍ଡ୍‌ରେ ଖେଳାଯିବ । ଦର୍ଶକମାନେ ଉଭୟ ଭେନ୍ୟୁରେ ମାଗଣା ମ୍ୟାଚ୍ ଦେଖିପାରିବେ । ପୁରୁଷ ମ୍ୟାଚ୍‌ଗୁଡ଼ିକ ପ୍ରସାରଣ ଟପ୍ ସ୍ପୋର୍ଟ୍ସ ଚ୍ୟାନେଲ୍‌ରେ ହେବାକୁ ଥିବାବେଳେ ମହିଳା ମ୍ୟାଚ୍‌ଗୁଡ଼ିକ ଓଟିଟି ପ୍ଲାଟ୍‌ଫର୍ମରେ ସିଧା ପ୍ରସାରଣ କରାଯିବ । ଏଥିପାଇଁ ବିସିସିଆଇଠାରୁ ସମସ୍ତ ଆବଶ୍ୟକ ଅନୁମତି ମିଳିସାରିଥିବା ବେଳେ ଲିଗ୍ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଛି ବୋଲି ସିଏବି ସଭାପତି ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button