ଦେଶ

ସିବିଆଇକୁ ସିଜେଆଇଙ୍କ ମହତ୍ତ୍ୱପୂର୍ଣ୍ଣ ପରାମର୍ଶ; ଦେଶ ବିରୋଧୀ ଅପରାଧ ଉପରେ ଫୋକସ୍ କର – Ibnodisha

[ad_1]

ନୂଆଦିଲ୍ଲୀ: ଦେଶରେ ସିବିଆଇ ସମେତ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ପ୍ରଣାଳୀ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏକ ବଡ଼ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଏଜେନ୍ସିର ପ୍ରସାର ବହୁତ କମ୍ । ସେମାନେ ଜାତୀୟ ସୁରକ୍ଷା ଓ ଦେଶ ବିରୋଧୀ ଅପରାଧ ଉପରେ ଫୋକସ୍ କରିବା ଆବଶ୍ୟକ । ଅନୁସନ୍ଧାନକାରୀ ସଂସ୍ଥା ସେହି ଅପରାଧ ଉପରେ ଧ୍ୟାନଦେବା ଜରୁରି । ସୋମବାର ସିବିଆଇର ପ୍ରତିଷ୍ଠା ଦିବସରେ ପ୍ରଧାନ ବିଚାରପତି କହିଛନ୍ତି, ଆଜି ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା କେବଳ ସେହି ମାମଲାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌, ଯେଉଁଥିରେ ଜାତୀୟ ସୁରକ୍ଷା, ଦେଶ ବିରୋଧୀ ଅପରାଧ ଓ ଜନସାଧାରଣଙ୍କ ପାଇଁ ସବୁଠାରୁ ବଡ଼ ବିପଦ ରହିଛି । ଦୁର୍ନୀତି ନିବାରଣ ଏଜେନ୍ସି ଭାବେ ଏହାର ଭୂମିକା ବ୍ୟତୀତ ବିଭିନ୍ନ ଅପରାଧିକ ମାମଲାର ତଦନ୍ତ କରିବାକୁ ସିବିଆଇକୁ କୁହାଯାଉଛି । ସମସ୍ତଙ୍କ ଆଶା ଅନୁଯାୟୀ ସିବିଆଇକୁ ଏହି ଦାୟିତ୍ୱ ଠିକ୍ ଭାବେ ସମ୍ପାଦନ କରିବାକୁ ଅନେକ ଗୁରୁଦାୟିତ୍ୱ ନିର୍ବାହ କରିବାକୁ ପଡୁଛି । କିନ୍ତୁ ଏହାର ସୀମିତ ପରିସର ହେତୁ ଜଡିତ ମାମଲା ଉପରେ ଧ୍ୟାନ ଦେବା ଆବଶ୍ୟକ । ପ୍ରତ୍ୟେକ ମାମଲା ସିବିଆଇକୁ ହସ୍ତାନ୍ତର କରିବା ଠିକ୍ ନୁହେଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button