ଭାରତ-ପାକିସ୍ତାନ ଯୁଦ୍ଧ ବେଳୁ ନିଖୋଜ ଅଛନ୍ତି ଓଡ଼ିଆ ଯବାନ ଆନନ୍ଦ ପତ୍ରୀ – Ibnodisha

[ad_1]
ଠାବ କରିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ସଚିବଙ୍କୁ ଏନଏଚ୍ଆରସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଖୋଜ ଓଡିଆ ଯବାନ ଆନନ୍ଦ ପତ୍ରୀଙ୍କୁ ଠାବ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ସଚିବଙ୍କୁ ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜ ଯବାନଙ୍କ ସଂପର୍କରେ ମାନବ ଅଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ ପିଟିସନର ଶୁଣାଣି କରି ଏନ୍ଏଚ୍ଆରସି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ଭଦ୍ରକ ଜିଲ୍ଲାର କଲ୍ୟାଣୀ ଗ୍ରାମର ବାସିନ୍ଦା ଆନନ୍ଦ ପତ୍ରୀ ଭାରତ-ପାକିସ୍ଥାନ ଯୁଦ୍ଧ ୧୯୬୫ରେ ଭାରତୀୟ ସେନାର ବେଙ୍ଗଲ ଡିଫେନ୍ସ ରେଜିମେଣ୍ଟରେ ସିପାହୀ ଭାବେ କାର୍ଯ୍ୟରତ ଥିଲେ। ସେହି ଯୁଦ୍ଧ ସମୟରୁ ସେ ନିଖୋଜ ଅଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଠାବ କରାଯାଇନାହିଁ ବୋଲି ଆବେଦନକାରୀ ମାମଲାରେ ଏନଏଚଆର୍ସିଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ।
ପିଟିସନରେ ଆବେଦନକାରୀଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଶ୍ରୀ ପତ୍ରୀ ଜୀବିତ ତଥା ପାକିସ୍ଥାନ ଜେଲରେ ଥିବାର ପ୍ରକାଶିତ ହୋଇଥିବା ନେଇ ଏନଏଚ୍ଆରସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିସହିତ ଶ୍ରୀ ପତ୍ରୀଙ୍କର ମୁକ୍ତି ପାଇଁ ତାଙ୍କର ପରିବାରର ସଦସ୍ୟ ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ଏକାଧିକ ଥର ଅନୁରୋଧ କରିବା ସତ୍ତ୍ବେ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ପିଟିସନରେ ଅଭିଯୋଗ କରାଯାଇଥିଲା।
ଆବେଦନକାରୀ ଆହୁରି ଦର୍ଶାଯାଇଥିଲା ଯେ ଏହି ପ୍ରକରଣରେ ତାଙ୍କ ଦ୍ବାରା ଜାନୁଆରି ୨୫,୨୦୨୧ରେ ଦାଖଲ କରାଯାଇଥିବା ପିଟିସନକୁ ଏନଏଚ୍ଆରସି ସଜ୍ଞାନରେ ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ହେଲେ ଶ୍ରୀ ପତ୍ରୀ ଭାରତୀୟ ସେନାରେ କାର୍ଯ୍ୟ କରୁଥିବାରୁ ଏହା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଏନଏଚ୍ଆରସିକୁ ଅବଗତ କରାଯାଇଥିଲା। ପ୍ରଥମ ପିଟିସନ ଦାଖଲ କରାଯିବାର ଦୁଇବର୍ଷରୁ ଅଧିକ ସମୟ ପରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ପୁଣିଥରେ ଏନଏଚ୍ଆରସିଙ୍କର ହସ୍ତକ୍ଷେପ ଲୋଡ଼ାଯାଇଛି ବୋଲି ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି। ଆବେଦନକାରୀ ପିଟିସନରେ ପାକିସ୍ତାନ ଜେଲରୁ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରାନ୍ତୁ ଅଥବା ମୃତ କିମ୍ବା ସହିଦ୍ ହୋଇଛନ୍ତି ବୋଲି ସରକାର ସୁନିଶ୍ଚିତ କରାନ୍ତୁ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଭାରତୀୟ ସେନାର ନିୟମ ଅନୁସାରେ ନିଖୋଜ ଯବାନ ଶ୍ରୀ ପତ୍ରୀଙ୍କର ପରିବାରକୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି।
[ad_2]