‘ସବୁ ବର୍ଗର ଲୋକ ସାମିଲ ହେଲେ ସାକାର ହେବ ବିକଶିତ କେନ୍ଦ୍ରାପଡ଼ାର ସ୍ବପ୍ନ’ – Ibnodisha
[ad_1]
କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ‘ଗହ୍ମା ପୂର୍ଣ୍ଣିମା ମହୋତ୍ସବ’
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ଆହୁରି ମଧ୍ୟ ଅନେକ କାମ ବାକି ଅଛି। ଆମକୁ ଆମ ଜିଲ୍ଲାର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଜାଣି ବିକାଶର ନକ୍ସା ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ସବୁ ବର୍ଗର ଲୋକ ସାମିଲ ହେଲେ ବିକଶିତ କେନ୍ଦ୍ରପଡ଼ାର ସ୍ବପ୍ନ ସାକାର ହୋଇପାରିବ। ‘କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ’ ପକ୍ଷରୁ ଶ୍ରୀ ବଳଦବେଜୀଉଙ୍କ ଜନ୍ମୋତ୍ସବ ଅବସରରେ ଆୟୋଜିତ ‘ଗହ୍ମା ପୂର୍ଣ୍ଣିମା ମହୋତ୍ସବ’ରେ ଅତିଥିମାନେ ଏହା କହିଛନ୍ତି।
ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାକାଳପଡ଼ା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ, ମହାକାଳପଡ଼ାରେ ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ୍ କାର୍ଯ୍ୟ ତ୍ବରାନ୍ବିତ ହେଉଛି। ଏହି ପ୍ଲାଣ୍ଟ୍ ନିର୍ମାଣ ହେଲେ ଜିଲ୍ଲାରେ ଏକ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇଥିଲେ। ପରିଷଦର ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉପାଧ୍ୟକ୍ଷ ଅମ୍ବିକା ପ୍ରସାଦ ଦାସ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଚୌଧୁରୀ ଅମିତାଭ ଦାସ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଜିଲ୍ଲାର ଦ୍ମଚରଣ ନାୟକ, ସୁରେନ୍ଦ୍ର ନାଥ ସାହୁ, ଶରତ ସାହୁ, ସାଗର ଦାସ ଓ ଭାନୁପ୍ରିୟା ଖଟୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଚଳିତ ବର୍ଷ ଜିଲ୍ଲାର ମାଟ୍ରିକ୍ ଟପର୍ ହୋଇଥିବା ଅସୀମା ଦାସଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପରିଷଦର ସଂଯୋଜକ ଅମିୟ ମହାନ୍ତି ଓ କାର୍ଯ୍ୟକାରୀ କମିଟି ସଦସ୍ୟ ସାଲୁଟ୍ ସାହୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପରିଷଦର ଏକ ସ୍ମରଣିକା ଓ ଜିଲ୍ଲାର ବିକାଶ ପାଇଁ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରାଯାଇଥିଲା। ସ୍ମରଣିକା ସମ୍ପାଦନା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ସାହୁ ଓ ଭିଜନ ଡକ୍ୟୁମେଣ୍ଟ୍ କମିଟିର ଅଧ୍ୟକ୍ଷ ନଟବର ଖୁଣ୍ଟିଆ ଉପସ୍ଥିତ ଥିଲେ। କୋଷାଧ୍ୟକ୍ଷ ଧୀରେନ୍ଦ୍ର ସୁନ୍ଦର ଦାସ ଧନ୍ୟବାଦ ଦେଇଥିଲେ। ସଭା ପରେ ବୀରବର ଜେନାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀ ଓ ପୁଟୁଳି ପିଠାକୁ ନେଇ ସ୍ବତନ୍ତ୍ର ଷ୍ଟଲ୍ ଖୋଲାଯାଇଥିଲା। ପରିଷଦର ଉପଦେଷ୍ଟା ଶ୍ରୀରାମ ଦାଶ, ସୁରେଶ ଚନ୍ଦ୍ର ମନ୍ତ୍ରୀ, ପ୍ରଫେସର ସରୋଜ କୁମାର ମହାନ୍ତି, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ରାମଚନ୍ଦ୍ର ଦାଶ, କିଶୋର ଚନ୍ଦ୍ର ସ୍ବାଇଁ, ଅନ୍ନଦା ପ୍ରସାଦ ତ୍ରିପାଠୀ, ସରୋଜକାନ୍ତ କାନୁନ୍ଗୋ, କୈଳାସ ସାମନ୍ତରାୟ, ବିଶ୍ବରଞ୍ଜନ ଦାଶ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ସାମନ୍ତରାୟ ଓ ସ୍ମୃତିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
[ad_2]