ରାଜ୍ୟ

ନିଆଳିରେ ବୁଲୁଛି ହେଟା ବାଘ – Ibnodisha

[ad_1]

ନିଆଳି : ଗାଁରେ ପସିଲା ହେଟା ବାଘ । ବଣରୁ ବାହରି ଜନବସତିରେ ହେଟାବାଘର ଆତଙ୍କ । କଟକ ଜିଲ୍ଲା ନିଆଳି ଜିଲ୍ଲାର ପୁର ପଞ୍ଚାୟତରେ ଏବେ କୋକୁଆ ଭୟ । ରାତିରେ କାହା ଗୁହାଳେ ପଶୁଛି ତ ଆଉ କାହା ଘର ପାଖରେ ଠିଆ ହେଉଛି । ଏମିତିକି ଦିନରେ ଗାଁ ଦାଣ୍ଡରେ ଚାଲୁଛି । ଛୋଟ ପିଲାଟାରୁ ଆରମ୍ଭ କରି ଯୁବକମାନେ ଏହି ହେଟାବାଘକୁ ନେଇ ଭୟଭିତରେ ଅଛନ୍ତି । ଜଙ୍ଗଲୀ ଜନ୍ତୁ ପାଇଁ କେତେବେଳେ କିଛି ଅଘଟଣ ମଧ୍ୟ ଘଟିପାରେ । ଏବେ ଧାନ ଅମଳ ସମୟ ଏହି ସମୟରେ ଚାଷୀମାନେ ବିଲରେ କାମ କରୁଥିବା ସମୟରେ ସେହି ବିଲହୁଡାରେ ବସିରହୁଛି । ଚାଷୀମାନେ ବିଲକୁ ଯିବାକୁ ଭୟକରୁଛନ୍ତି । ଖାଲି ସେତିକି ନୁହେଁ ନିଆଳି ଫୁଲନଖରା ମୁଖ୍ୟ ରାସ୍ତା ଉପରେ ମଧ୍ୟ ହେଟାବାଘ ବୁଲୁଥିବା କହିଛନ୍ତି ଲୋକେ । ତୁରନ୍ତ ଏହି ହେଟା ବାଘକୁ ଧରିବା ପାଇଁ ବନବିଭାଗକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button