ଦେଶ

ଅସ୍ତ୍ରବିରତି ଚୁକ୍ତି ଶେଷ; ପୁଣିଥରେ ଆରମ୍ଭ ହେଲା ଇସ୍ରାଏଲ୍‌ ଓ ହମାସ୍‌ ଯୁଦ୍ଧ – Ibnodisha

[ad_1]

ଗାଜା : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରାମ ଚୁକ୍ତି ଶେଷ ହେବା ସହିତ ପୁଣିଥରେ ଆରମ୍ଭ ହୋଇଛି ଯୁଦ୍ଧ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଇସ୍ରାଏଲ୍ ସେନା ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ, ସାତ ଦିନ ଧରି ଚାଲିଥିବା ଏହି ଚୁକ୍ତିରେ ହମାସ ଗୁରୁବାର ସୁଦ୍ଧା ଇସ୍ରାଏଲର ୧୧୦ ଜଣ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ଚୁକ୍ତି ଶୁକ୍ରବାର ସମାପ୍ତ ହୋଇଛି। ଇସ୍ରାଏଲ୍ ସେନା ଏକ ବୟାନରେ କହିଛି ଯେ ସେମାନେ ଗାଜା ଅଞ୍ଚଳରେ ପୁଣିଥରେ ହମାସ ବିରୋଧରେ ଲଢ଼େଇ ଆରମ୍ଭ କରିଛନ୍ତି। ସେନା ଦାବି କରିଛି, ହମାସ୍‌ ଇସ୍ରାଏଲ ଅଞ୍ଚଳରେ ପ୍ରଥମେ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେପଟେ ଇସ୍ରାଏଲ ଗାଜାରୁ ଛଡ଼ାଯାଇଥିବା ଏକ ରକେଟକୁ ବି ଖସାଇ ଦେଇଛି। ଆଶା କରାଯାଉଥିଲା କି, ଯୁଦ୍ଧବିରାମ ଆଗକୁ ମଧ୍ୟ ବଢ଼ିପାରେ। କିନ୍ତୁ ଏହା ହୋଇପାରିଲା ନାହିଁ। ଗାଜାରେ ହମାସର ଆଭ୍ୟନ୍ତରୀଣ ଏବଂ ଜାତୀୟ ସୁରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦକ୍ଷିଣ ଗାଜାରେ ଅନେକ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏହା ସହିତ ଉତ୍ତର ଗାଜାରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଇସ୍ରାଏଲ୍ କହିଛି ଯେ ହମାସ ପାଖାପାଖି ୧୨୫ ଜଣ ଲୋକଙ୍କୁ ବନ୍ଧକ ରଖିଛି। ସେପଟେ ଇସ୍ରାଏଲ୍ ଯୁଦ୍ଧବିରାମ ଅଧୀନରେ ଏ ପର୍ଯ୍ୟନ୍ତ ୨୪୦ ଜଣ ପାଲେଷ୍ଟାଇନ୍‌ଙ୍କୁ ମୁକ୍ତ କରିଛି। କହି ରଖୁଛୁ ଯେ କତାର ଓ ଆମେରିକାର ମଧ୍ୟସ୍ଥତାରେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧବିରାମ ଚୁକ୍ତି ଏକ ସପ୍ତାହ ଧରି ଚାଲିଥିଲା। ଏହି ସମୟରେ ଉଭୟ ପକ୍ଷରୁ ବନ୍ଧକ ଏବଂ ବନ୍ଦୀମାନଙ୍କୁ ମୁକ୍ତ କରାଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button