ଦେଶ

ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ ସର୍ଭେ ଶେଷ; ଉଭୟ ପକ୍ଷଙ୍କୁ ମିଳିବ ରିପୋର୍ଟ କପି – Ibnodisha

[ad_1]

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦର ସର୍ଭେ ରିପୋର୍ଟ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା (ଏଏସଆଇ) ଆଜି ବାରାଣସୀ କୋର୍ଟରେ ଦାଖଲ କରିଛି । କୋର୍ଟ ଉଭୟ ପକ୍ଷଙ୍କୁ ସର୍ଭେର ରିପୋର୍ଟ ପ୍ରଦାନ କରିବା ପାଇଁ ଏଏସଆଇକୁ କହିଛନ୍ତି । ଆଜି ଶୁଣାଣିରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଦେଇଛନ୍ତି । ଏଏସଆଇ ପୂର୍ବରୁ ଏହି ସର୍ଭେ ରିପୋର୍ଟର କପି ଇ-ମେଲ ମାଧ୍ୟମରେ ଦେବାକୁ ମନା କରିଥିଲା । ଏଥିରେ ରିପୋର୍ଟ ହ୍ୟାକ କିମ୍ବା ଲିକ୍ ହେବାର ଆଶଙ୍କା ଥିବାରୁ ହାର୍ଡକପି ମାଧ୍ୟମରେ ରିପୋର୍ଟ ଉଭୟ ପକ୍ଷକୁ ଦେବା ପାଇଁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି । କୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରିନାହାନ୍ତି । ଏହି ରିପୋର୍ଟ ତର୍ଜମା ଆଧାରରେ ପରବର୍ତ୍ତୀ ନିର୍ଦ୍ଦେଶ କୋର୍ଟ ଘୋଷଣା କରିବା ନେଇ ହିନ୍ଦୁପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି । ତେବେ ସର୍ଭେ ଶେଷ ହୋଇଥିବା ବେଳେ ଏଥିରେ କଣ ତଥ୍ୟ ସାମ୍ନାକୁ ଆସିଛି, ସେ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି । ଏହି ମାମଲାର ପରବର୍ତ୍ତୀ ପ୍ରକ୍ରିୟା ମଧ୍ୟ ଏହି ସର୍ଭେର ଫଳାଫଳ ଉପରେ ନିର୍ଭର କରୁଛି ।

ଗତବର୍ଷ ଭିଡିଓଗ୍ରାଫି ସର୍ଭେ ବେଳେ ମଜସିଦ କମ୍ପଲେକ୍ସରେ ଏକ ଶିବଲିଙ୍ଗ ଠାବ ହୋଇଥିବା ହିନ୍ଦୁପକ୍ଷ ଦାବି କରିଥିଲା । ଏଠାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ହିନ୍ଦୁପକ୍ଷଙ୍କ ଦ୍ୱାରା କରାଯାଇଥିଲା । କୋର୍ଟ ଏହି ଏହି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା କରିଥିଲେ । ନିକଟରେ ଏହି ମାମଲାରେ କଥାକଥିତ ଶିବଲିଙ୍ଗର ଚର୍ତୁପାର୍ଶ୍ୱ ଓ ଏହାର ପାର୍ଶ୍ୱବର୍ତ୍ତୀ ଏରିଆରେ ଥିବା ପାଣିଟାଙ୍କି ସଫେଇକୁ ଅନୁମତି ଦେବା ପାଇଁ ପରବର୍ତ୍ତୀ ସମୟରେ ଆଉ ଏକ ମାମଲା ସର୍ବୋଚ୍ଚକୋର୍ଟରେ ପହଞ୍ଚିଥିଲା । ଯାହାର ରାୟ ଚଳିତ ମାସ ୧୬ ତାରିଖରେ ସର୍ବୋଚ୍ଚ କୋର୍ଟ ପ୍ରକାଶ କରିଥିଲେ । କୋର୍ଟଙ୍କ ଆଦେଶ ଅନୁସାରେ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବାଧାନରେ ଏହି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button