ବିଜେଡିର ବିଶାଳ ମହିଳା ସମାବେଶ – Ibnodisha
[ad_1]
ପୁରୀ: ପୁରୀରେ ଯୁବ ବିଜେଡିର ବିଶାଳ ମହିଳା ସମାବେଶ। ବିଜେଡି ରାଜ୍ୟ ଉପ ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଏହି ସମାବେଶ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ଠାରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଯାଇଥିଲା। ପରେ ବଗଲା ଧର୍ମଶାଳା ପରିସରରେ ଏକ ସଭାର ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନଙ୍କୁ ପ୍ରଥମେ ଧନ୍ୟବାଦ୍ ଜଣାଇଥିଲେ ମହିଳା। ପୁରୀରେ ୩,୮୦୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଆଗେଇ ଚାଲିଛି। ସମଗ୍ର ପୁରୀ ବିଶ୍ଵ ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରୁଛି।ପୁରୀ ସମେତ ସମଗ୍ର ରାଜ୍ୟରେ ହେଉଥିବା ବିକାଶ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ମା ଓ ମହିଳା ମାନେ ଆଶୀର୍ବାଦ କରିବାକୁ ସଂକଳ୍ପ ନେଇଥିଲେ। ଶ୍ରୀକ୍ଷେତ୍ର ବିକାଶ ସଂକଳ୍ପ ନେଇ ଏହି ମହିଳା ସମାବେଶ ହୋଇଥିଲା।
ତେବେ ସର୍ବଶ୍ରେଷ୍ଠ ପୁରୀ ଗଢ଼ିବା ନେଇ ଆୟୋଜିତ ହୋଇଛି। ଗତ ସାଧାରଣ ନିର୍ବାଚନରେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ହାତରୁ ଖସିଯାଇଇଥିଲା। କିନ୍ତ ଆଜି ଆୟୋଜିତ ମହିଳା ସମାବେଶରେ ସମସ୍ତ ମହିଳା ଆଗାମୀ ନିର୍ବାଚନରେ ଶୁଭାଶିଷ ଖୁଣ୍ଟିଆଙ୍କ ବିଜେଡି ଦଳୀୟ ପ୍ରାର୍ଥୀ କରାଗଲେ ଏହି ଆସନଟି ପୁନର୍ବାର ବିଜେଡି ହାତକୁ ଆସିପାରିବ ବୋଲି ଆଲୋଚନା ହୋଇଥିଲା। ତେବେ କୌଣସି ପଦ ପଦବୀରେ ନଥାଇ ମଧ୍ୟ ଦୀର୍ଘ ଦିନ ଧରି ଗରିବ ଲୋକଙ୍କ ସେବା କରିବା ସହ ପୁରୀର ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ଛିଡା ହୋଇଥିବା ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିବାକୁ ମହିଳା ମାନେ ଦାବୀ କରିଥିଲେ।ପୁରୀ ସଦର ବ୍ଲକ ତଲଜଙ୍ଘ ପଞ୍ଚାୟତ ଉତ୍ତରକୋଣା ବନ୍ୟା ସମସ୍ୟା ହେଉ ବା ହୋଲିରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ରେ ଅଗ୍ନିକାଣ୍ଡ ଘଟଣାରେ ଦୋକାନୀଙ୍କୁ ଆର୍ଥିକ ସହାୟତା, ସେ ଉଠା ଦୋକାନୀଙ୍କ ସମସ୍ୟା ହେଉ ଅଥବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ହେଉ ସବୁ କ୍ଷେତ୍ରରେ ସାହାଯ୍ୟ କରିଥିବା ଶୁଭାଶିଷ ଖୁଣ୍ଟିଆ ହିଁ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି ମହିଳା ମାନେ କହିଥିଲେ। ପୁରୀ ପୌରପାଳିକା ଅନ୍ତର୍ଗତ ୩୨ ଟି ୱାର୍ଡ ଓ ପୁରୀ ସଦର ଅନ୍ତର୍ଗତ ୨୨ ଟି ପଞ୍ଚାୟତରେ ଏଭଳି ସଂକଳ୍ପ ସମାବେଶ ଆୟୋଜନ କରାଯିବ। ଆୟୋଜିତ ସଭାରେ ବିଜେଡି ନେତା ଗୌରହରି ପ୍ରଧାନ, ରବି ଶଙ୍କର ପ୍ରତିହାରୀ, ରବି ନାରାୟଣ ସାମନ୍ତରାୟ, ନାରାୟଣ ସ୍ବାଇଁ ଓ ପୂର୍ବତନ ପୌର ସଦସ୍ୟା ଅଞ୍ଜୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
[ad_2]