ବେଆଇନ ଗଞ୍ଜେଇ ଚାଲାଣ ସ୍ୱାମୀ ଓ ସ୍ତ୍ରୀ ଗିରଫ – Ibnodisha

[ad_1]
ଭୁବନେଶ୍ୱର: ଗଞ୍ଜେଇ ଚୋରା ଚାଲାଣ ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗିରଫମାନେ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ନିକଟସ୍ଥ ଗିରୁତି ଗ୍ରାମର ନିିରଞ୍ଜନ ଦିଗାଲ(୪୬) ଏବଂ ଝାଂଶୀ ନାୟକ(୨୧) । ସୂଚନା ମୁତାବକ, ଆଜି ସକାଳ ସମୟରେ ଗୋଟାଏ ବୋଲେରୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲେ ଭରତପୁର ଥାନାଧିକାରୀ । ଏନେଇ ଥାନାର ଏକ ସ୍ପେଶାଲ ଟିମ ଆଇଜିକେସି ହସ୍ପିଟାଲ ନିକଟସ୍ଥ ଘାଟିକିଆ ସର୍ଭିସ ରୋଡ଼ରେ ଅତର୍କିତ ଚଢଉ କରି, ଏକ ବୋଲେରୋ ଗାଡିରେ କନ୍ଧମାଳ ଅଞ୍ଚଳରୁ ଭୁବନେଶ୍ୱର ସହରକୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ୨ଜଣ ଅଭିଯୁକ୍ତକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ସମୟରେ ପୁଲିସ ବୋଲେରୋ ଗାଡ଼ିରୁ ମୋଟ ୨୧.୫ କେଜି ଓଜନର ଗଞ୍ଜେଇ ଜବତ କରିଥିଲେ । ତଦନ୍ତ ସମୟରେ ଉଭୟ ଅଭିଯୁକ୍ତ, ଏହି ଗଞ୍ଜେଇକୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ଭୁବନେଶ୍ୱର ସହରରେ ବିକ୍ରୟ କରିବା ଲାଗି ଆଣୁଥିବା କଥା ସ୍ୱୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
[ad_2]