ରାଜ୍ୟ

ମାଟିତଳୁ ନାବାଳିକାର ମୃତଦେହ ଉଦ୍ଧାର – Ibnodisha

[ad_1]

ମୟୂରଭଞ୍ଜ : ମାଟି ଖୋଳିବାରୁ ବାହାରିଲା ନାବାଳିକା। ହେଲେ ମୃତଦେହ। ମାତ୍ର ଧର୍ମ ପରିବର୍ତ୍ତନ କରିଥିବା କାରଣରୁ ଗାଁ ମଶାଣୀ ହୋଇଥିଲା ମନା। ତେଣୁ ବାଲେଶ୍ଵର ଜିଲ୍ଲା ରୁପ୍ସା ଅଞ୍ଚଳରୁ ଆଣି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଗାଁ ମଶାଣୀରେ ରାତାରାତି ନାବାଳିକାର ଶବ ପୋତିଦେଇ ଚାଲିଗଲେ ପରିବାର ଲୋକେ। ଏଭଳି ଏକ ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଙ୍କିଶୋଳ ପଞ୍ଚାୟତର ତେନ୍ତୁଳିଶୋଳ ଗ୍ରାମରେ। ଆଜି ତେନ୍ତୁଳିଶୋଳ ଗ୍ରାମରୁ ଚାରିପାଞ୍ଚ ଫୁଟ ଗଭୀର ମାଟିତଳୁ ଜଣେ ନାବାଳିକାର ଶବକୁ ଉଦ୍ଧାର କରିଛି ବାରିପଦା ସଦର ଥାନା ପୋଲିସ। ମୃତ ନାବାଳିକା ଜଣକ ବାରିପଦା ଟାଉନ 12ନଂ ୱାର୍ଡ ପ୍ରଫୁଲନଗର (ବାଗଡିହା)ଅଞ୍ଚଳର ଠାକୁରା ସିଂ ଙ୍କ ଝିଅ ଶୁଭଶ୍ରୀ ସିଂ ବୋଲି ଜଣା ପଡିଛି। ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ଘର ବାଲେଶ୍ୱର ଜିଲ୍ଲା ରୁପ୍ସା ଅଞ୍ଚଳକୁ ଯାଇଥିଲେ ପୋଖରୀରେ ଗାଧୋଉଥିବା ବେଳେ କୌଣସି କାରଣ ବଶତଃ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିଲେ ଏନେଇ ରୁପ୍ସା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଠାକୁରା ସିଂ ଖ୍ରୀଷ୍ଟିଆନ ଧର୍ମାଲମ୍ବିର ଲୋକ ହୋଇଥିବାରୁ ତାଙ୍କ ନାବାଳିକା ଝିଅର ଶବକୁ ପୋତିବା ପାଇଁ ଜାଗା ନ ଥିବାରୁ ନିଜ ଜଣାଶୁଣା ବନ୍ଧୁ ରାମଜିତ ମାର୍ଣ୍ଡିଙ୍କ ଗାଁ ତେନ୍ତୁଳିଶୋଳକୁ ଆଣି ରାତିଅଧିଆ ପୋତିଦେଇ ଚାଲିଯାଇ ଥିଲେ। ଯାହାକୁ କେନ୍ଦ୍ର କରି ଆଜି ତେନ୍ତୁଳିଶୋଳ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ଶବ କାହାର କେଉଁଠୁ ଆସିଲା କିଏ ଆମ ଗାଁରେ ଶବ ପୋତିଲା ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଗ୍ରାମବାସୀ ଓଡି ବସିଥିଲେ ଏବଂ ଯେଉଁ ସ୍ଥାନରେ ଶବକୁ ପୋତା ଯାଇଥିଲା ପୋଲିସର ଉପସ୍ଥିତିରେ ସେଇସ୍ଥାନରେ ଖଳି ଶବକୁ ବାହାରକୁ କଢ଼ା ଯିବା ସହ ଗ୍ରାମବାସୀମାନେ ଦେଖିଥିଲେ ପ୍ରକୃତରେ ଶବ କାହାର। ଅନ୍ୟପଟେ ନାବାଳିକା ଝିଅର ମୃତ୍ୟୁକୁ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଯାହା ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ଜଣାପଡିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button