ଖେଳ

ଡି’କକଙ୍କ ଅର୍ଦ୍ଧଶତକ, ବାଂଲାଦେଶକୁ ଡବଲ ସଫଳତା – Ibnodisha

[ad_1]

ମୁମ୍ବାଇ : ବିଶ୍ୱକପର ୨୩ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଦଳର ଦୁଇ ଓପନର ରୀଜା ହେଣ୍ଡ୍ରିକ୍ସ ଓ କ୍ୱିଣ୍ଟନ ଡି’କକ ଠିକ ଠାକ ଆରମ୍ଭ କରିଥିଲେ ହେଁ ବାଂଲାଦେଶ ଡବଲ ୱିକେଟ ନେବାକୁ ସଫଳ ହୋଇଛି। ଅବଶ୍ୟ ଏବେ ବି ଡି’କକ ଅର୍ଦ୍ଧଶତକ ସହ କ୍ରିଜରେ ଅଛନ୍ତି। ତାଙ୍କ ସହ ଅଧିନାୟକ ଏଡେନ ମାର୍କରମ ବ୍ୟାଟିଂ କରୁଛନ୍ତି। ଡି’କକ ଓ ହେଣ୍ଡ୍ରିକ୍ସ ପ୍ରଥମ ୱିକେଟ ପାଇଁ ୩୩ ରନ ଯୋଡ଼ିଥିଲେ। ଏତିକି ବେଳେ ଶୋରିଫୁଲ ଇସଲାମ ୧୨ ରନ କରିଥିବା ହେଣ୍ଡ୍ରିକ୍ସଙ୍କୁ ବୋଲ୍ଡ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ। ଆଉ ୩ ରନ ପରେ ଇନଫର୍ମ ରସି ଭାନ ଡେର ଡୁସେନ(୧) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ମେହିଦୀ ହାସନ ମିରାଜ ନେଇଥିଲେ। ୩୬ ରନରେ ଦକ୍ଷିଣ ଆଫ୍ରିକା ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ଡି’କକ ଓ ମାର୍କରମ ସ୍ଥିତି ସମ୍ଭାଳିଥିଲେ। ଡି’କକ ମଧ୍ୟ ଚଳିତ ବିଶ୍ୱକପରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ମାର୍କରମ ଭରପୂର ସାଥ ମଧ୍ୟ ଦେଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଦକ୍ଷିଣ ଆଫ୍ରିକା ୨୨ ଓଭର୍‌ରେ ୨ ୱିକାଟ ହରାଇ ୧୧୩ ରନ କରିଛି। ଡି’କକ ୬୮ ଓ ମାର୍କରମ ୩୧ ରନ କରି ଅପରାଜିତ ରହିଛନ୍ତି।  ଅନ୍ୟପକ୍ଷରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଖେଳୁ ନଥିବା ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ ଆଜି ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button