ଆଇପିଏଲ୍ ୨୦୨୪ ଅକ୍ସନ୍ ପାଇଁ ଖେଳାଳି ତାଲିକା ଜାରୀ; ଅକ୍ସନ୍ରେ ଭାଗନେବେ ୩୩୩ ଖେଳାଳି – Ibnodisha

[ad_1]
– ୨୩ ଜଣଙ୍କ ବେସ୍ ପ୍ରାଇସ୍ ୨ କୋଟି
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୨୦୨୪ ଅକ୍ସନ୍ ପାଇଁ ବିସିସିଆଇ ସୋମବାର ଖେଳାଳିଙ୍କ ତାଲିକା ଜାରୀ କରିଛି । ଡିସେମ୍ବର ୧୯ରେ ହେବାକୁ ଥିବା ଏହି ମିନି ଅକ୍ସନ୍ରେ ମୋଟ ୩୩୩ ଜଣ ଖେଳାଳି ସାମିଲ ହେବେ । ଏହା ମଧ୍ୟରେ ୨୧୪ ଭାରତୀୟ, ୧୯୯ ବିଦେଶୀ ଖେଳାଳି ଥିବାବେଳେ ଦୁଇଜଣ ଆସୋସିଏଟ୍ ଦେଶର ରହିଛନ୍ତି । ୧୦ ଫ୍ରାଞ୍ଚାଇଜି ଟିମ୍ ଏହା ମଧ୍ୟରୁ ମଧ୍ୟରୁ ୩୦ ବିଦେଶୀଙ୍କ ସମେତ ୭୭ ଖେଳାଳିଙ୍କୁ ନିଲାମ କରିବେ ।
ଅକ୍ସନ୍ରେ ୨୩ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ସର୍ବାଧିକ ୨ କୋଟି ଟଙ୍କା ରହିଛି । ଏହା ମଧ୍ୟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ୭ ଜଣ ଲେଖାଏଁ, ଭାରତ ଓ ସାଉଥ୍ ଆଫ୍ରିକାର ତିନିଜଣ ଲେଖାଏଁ ଖେଳାଳି ସାମିଲ । ସେହିପରି ବାଂଲାଦେଶ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡର ଜଣେ ଲେଖାଏଁ ଖେଳାଳି ଏହି ବ୍ରାକେଟ୍ରେ ରହିଛନ୍ତି । ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଜୋସ୍ ହେଜଲ୍ଉଡ୍, ଷ୍ଟିଭ୍ ସ୍ମିଥ୍, ଜୋଶ୍ ଇଙ୍ଗ୍ଲିସ୍ ଓ ସିନ୍ ଆବୋଟ୍ଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି । ଭାରତୀୟଙ୍କ ମଧ୍ୟରେ ହର୍ଷଲ୍ ପଟେଲ୍, ଉମେଶ ଯାଦ ଓ ଶାର୍ଦ୍ଦୁଳ ଠାକୁରଙ୍କ ବେସ୍ ପ୍ରାଇସ୍ ସର୍ବାଧିକ । ଏହା ବ୍ୟତୀତ ୧୨ ଖେଳାଳିଙ୍କ ବିଡ୍ ୧.୫୦ କୋଟି ଏବଂ ୧୩ ଜଣଙ୍କ ବିଡ୍ ୧ କୋଟି ଟଙ୍କାରୁ ଆରମ୍ଭ ହେବ । ବାକି ଖେଳାଳିଙ୍କ ବେସ୍ ପ୍ରାଇସ୍ ୨୦ରୁ ୭୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।
୭୭ ସ୍ଲଟ୍ ପାଇଁ ସମସ୍ତ ଟିମ୍ ପର୍ସରେ ମୋଟ ୨୬୨.୯୫ କୋଟି ଟଙ୍କା ଥିବାବେଳେ ଗୁଜରାଟ ଟାଇଟାନ୍ସ ପର୍ସରେ ସର୍ବାଧିକ ୩୮.୧୫ କୋଟି ରହିଛି । ସେହିପରି ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ପର୍ସରେ ସର୍ବନିମ୍ନ ୧୩.୧୫ କୋଟି ରହିବ । ଅନ୍ୟପକ୍ଷରେ କୋଲ୍କାତା ନାଇଟ୍ ରାଇଡର୍ସ ନିକଟରେ ସବୁଠୁ ଅଧିକ ସ୍ଲଟ୍ ରହିଛି । ଟିମ୍ ନିଜ ସ୍କ୍ୱାଡ୍ରେ ୪ ବିଦେଶୀ ସମେତ ମୋଟ ୧୨ ଖେଳାଳିଙ୍କୁ ସାମିଲ କରିପାରେ । ସେହିପରି ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ନିକଟରେ ସର୍ବନିମ୍ନ ୬ ଖେଳାଳି ସ୍ଲଟ୍ ଅଛି । ଏହା ମଧ୍ୟରୁ ତିନିଟି ବିଦେଶୀ ଖେଳାଳିଙ୍କ ପାଇଁ । ଟୁର୍ଣ୍ଣାମେଣ୍ଟର ୧୦ ଟିମ୍ ଚଳିତ ଥର ନିଜର ଅଧିକାଂଶ ଖେଳାଳିଙ୍କୁ ରିଟେନ୍ କରିଥିବାରୁ ମାତ୍ର ୭୭ ସ୍ଲଟ୍ ଖାଲି ପଡ଼ିଛି । ଚଳିତ ମିନି ଅକ୍ସନ୍ରେ ପ୍ରତ୍ୟେକ ଟିମ୍ ପର୍ସରେ ୧୦୦ କୋଟି ଟଙ୍କା ରହିବ । ଅକ୍ସନ୍ ଦୁବାଇରେ ଡିସେମ୍ବର ୧୯ ତାରିଖ ଅପରାହ୍ଣ ସାଢ଼େ ଦୁଇଟାରୁ ହେବ ।
[ad_2]