ବାଲିଯାତ୍ରାର ମହାଦୁର୍ନୀତି – Ibnodisha

[ad_1]
କଟକ: ଐତିହାସିକ ବାଲିଯାତ୍ରାରେ ମହାଦୁର୍ନୀତି ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଗୋଟିଏ ପରେ ଗୋଟିଏ ଖିଅ ବାହାରୁଛି । ବିଶେଷ କରି ବାଲିଯାତ୍ରାରେ ସିଏମସିର ଦୁର୍ନୀତି ସମସ୍ତ ସୀମାକୁ ପାର କରିଥିବା ଲୋକ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଦୁର୍ନୀତିରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଜନୈକ ଅଧିକାରୀ ଯିଏକି ୧୦ବର୍ଷ ଧରି ଆସନ ଜମାଇ ଦେଇଥିଲେ ତାଙ୍କୁ ଜିଲ୍ଲାବାହାରକୁ ବଦଳି କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ତେବେ ଏଥର ବାଲିଯାତ୍ରରେ ପ୍ରସ୍ତୁତ ହୋଇଥିବା କଟକ-ଇନ-କଟକ ପାଇଁ କେତେ ବ୍ୟୟ ହୋଇଛି ସିଏମସି ତାହାର ହିସାବ ଦେବାରେ ବିଫଳ ହୋଇଛି ।
ଏପରିକି କଟକ-ଇନ୍-କଟକ ଆୟବ୍ୟୟର ହିସାବ ସହ ସ୍ୱଛ ଭାରତ ଯୋଜନାରେ ସହରାଞ୍ଚଳ ବ୍ୟକ୍ତିଗତ ପାଇଖାନାର ସଠିକ୍ ତଥ୍ୟ ସୂଚନା ଅଧିକାର ଆଇନରେ ମାଗିଲେ ମଧ୍ୟ ମିଳୁନାହିଁ । ତେବେ ଐତିହାସିକ ବାଲିଯାତ୍ରାର ତଳପଡିଆରେ ନିର୍ମାଣ କରାଯାଇଥିବା କଟକ ଇନ୍ କଟକର କାର୍ଯ୍ୟାଦେଶ କେବେ ପ୍ରଦାନ କରାଯାଇଥିଲା,ଏହି କାର୍ଯ୍ୟାଦେଶ କେତୋଟି ସଂସ୍ଥାକୁ ଦିଆଯାଇଥିଲା, ଏଥିରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି, ସଂସ୍ଥାର ନାମ, ଠିକାଦାରମାନଙ୍କ ନାମ, ବର୍ତ୍ତମାନର ସ୍ଥିତି କ\’ଣ ତାହାର ସମ୍ପୂର୍ଣ୍ଣ ବିବରଶୀ ଗତ ନଭେମ୍ବର ୧୯ତାରିଖରେ ଆର.ଟି.ଆଇ ଦରଖାସ୍ତ ନମ୍ବର ୩୦୫ରେ ସି.ଟି. ଇଂଜିନିୟର ତଥ୍ୟ ଦେଇଥିବା ଚିଠି ନଂ. ୮୮୮୬ /୨୦୨୩ ଏବଂ ଏସ୍.ଆଇ.ଓ. ବା ଡେପୁଟି କମିଶନର ତଥ୍ୟ ଦେଇଥିବା ଚିଠି ନଂ ୩୦୪୦/୨୦୨୩ ର ତଥ୍ୟକୁ ଦେଖିଲେ ଏହି ସବୁ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରିହୋଇପଡ଼ୁଥିବା ସୂଚନା ଅଧିକାର କର୍ମୀ ସୁକାନ୍ତ ସେଠୀ ପ୍ରକାଶ କରିଛନ୍ତି ।
ଆରଟିଆଇ ଜରିଆରେ ସି.ଏମ୍.ସିକୁ ତଥ୍ୟ ମାଗିଥିଲେ ନିକଟରେ କଟକରୁ ଅନ୍ୟଜିଲ୍ଲାକୁ ବଦଳି ହୋଇଥୁବା ତତ୍କାଳୀନ ସି.ଟି. ଇଂଜିନିୟର କୌଣସି ପ୍ରକାର ତଥ୍ୟ ଦେଇନଥିବାବେଳେ ସ୍ୱଛ ଭାରତ ଏବଂ ସହରାଞ୍ଚଳ ବ୍ୟକ୍ତିଗତ ପାଇଖାନା ଯୋଜନାର୍ ୫୬ ଓ ୫୭ ନମ୍ବର ୱାର୍ଡରେ କେତେଜଣ ଯୋଗ୍ୟ ହିତାଧିକାରୀ ଓ କେତେ ଜଣ ଅଯୋଗ୍ୟ ହିତାଧିକାରୀ ହାତେଇ ଛନ୍ତି ସେମାନଙ୍କର ନାମ, ଧାମ ସହିତ ସମ୍ପୁର୍ଣ୍ଣ ତଥ୍ୟ ସି.ଏମ୍.ସିକୁ ମାଗିଥିଲେ ମଧ୍ୟ ଏହି ଦାୟିତ୍ୱରେ ଥିବା ବସ୍ତୀ ଉନ୍ନୟନ ଅଧିକାରୀ (ଏସଆଇଓ)ସଠିକ୍ ତଥ୍ୟ ଦେଇ ନଥିବାରୁ ଶ୍ରୀ ସେଠୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ନିକଟରେ ଅପିଲ୍ କରିଥିବା ଜଣାଯାଇଛି ।
[ad_2]