ରାଜ୍ୟ

ମଦ ପିଇ ହଟହଟା ହେଲେ ଯନ୍ତ୍ରୀ – Ibnodisha

[ad_1]

ରାଉରକେଲା: କାରଖାନା ଓ ବାଷ୍ପିତ କାର୍ଯ୍ୟାଳୟରେ ମଦ ପିଇ ଡ୍ୟୁଟି କରିବା ସହକାରୀ ନିର୍ଦ୍ଦେଶକ ଇଂ. ବିବେକାନନ୍ଦ ନାଏକଙ୍କୁ ମହଙ୍ଗା ପଡ଼ିଛି। ମଙ୍ଗଳବାର କାର୍ଯ୍ୟାଳୟରେ ସିଟୁ କର୍ମକର୍ତ୍ତା ଓ ଇଂ. ନାୟକଙ୍କ ମଧ୍ୟରେ ବେଶ୍‌ କିଛି ସମୟ ଧରି ପାଟିତୁଣ୍ଡ ହୋଇଥିଲା। ବିଭାଗୀୟ ଉଚ୍ଚ ଅଧିକାରୀ ତଥା ଉପନିର୍ଦ୍ଦେଶକ ବିଭୂପ୍ରସାଦ ଯେତେ ବୁଝାସୁଝା କରିଥିଲେ ହେଁ ପରିସ୍ଥିତି ଶାନ୍ତ ପଡ଼ିନଥିଲା। କଥା ପହଞ୍ଚିଥିଲା ଉଦିତନଗର ଥାନାରେ। ସୂଚନା ପାଇ ଉଦିତନଗର ପୁଲିସ ପିସିଆର୍‌ ଭ୍ୟାନ୍‌ରେ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଇଂ. ନାଏକଙ୍କୁ ତାଙ୍କ ସିଟ୍‌ରୁ ଥାନାକୁ ଉଠାଇ ନେଇଥିଲା। କିଛି ସମୟ ବସିବା ପରେ ଇଂ. ଶ୍ରୀ ନାୟକଙ୍କୁ ମଦ ପିଇଛନ୍ତି କି ନାହିଁ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସେ ମଦ ପିଇଥିବା ସ୍ପଷ୍ଟ ହୋଇଥିଲା। ଥାନା ଅଧିକାରୀ ରାମପ୍ରସାଦ ନାଗ କାରଖାନା ଓ ବାଷ୍ପିତ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ବିଭୁପ୍ରସାଦଙ୍କ ଉପସ୍ଥିତିରେ ଇଂ. ନାୟକଙ୍କୁ ଏମିତି ନ କରିବାକୁ କହିଥିଲେ। କାର୍ଯ୍ୟାଳୟରେ ନିଶାସେବନ କରି ଡ୍ୟୁଟି ନ କରିବାକୁ ଇଂ. ନାୟକଙ୍କୁ ତାଗିଦ କରି ଥାନାରୁ ଛାଡ଼ିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button