ଖେଳ

ରାଜ୍ୟ ହକି ପ୍ରତିଯୋଗିତା: ବାଳକ ସେମିଫାଇନାଲରେ ଆର୍‌ଏସ୍‌ପି, ଗାଙ୍ଗପୁର, ସୁନ୍ଦରଗଡ଼ ଓ ରାଉରକେଲା

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳକ ରାଜ୍ୟ ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ପ୍ରତିପକ୍ଷଙ୍କୁ ପରାଜୟକରି ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି), ଗାଙ୍ଗପୁର ସ୍ପୋର୍ଟ୍ସ ଆସୋସିଏସନ, ସୁନ୍ଦରଗଡ଼ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ(ରାଉରକେଲା) ସେମିଫାଇନାଲ ସ୍ଥାନ ସୁରକ୍ଷିତ ରଖିଛନ୍ତି।

ଗୁରୁବାର ଦୁଇଟି ସେମିଫାଇନାଲ ମ୍ୟାଚ୍ ଖେଳାଯିବ।

ମଙ୍ଗଳବାର ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍ ଆର୍ଏସ୍ପି ଓ କିଟ୍/କିସ୍ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍ସାରା ଆର୍ଏସ୍ପି ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ଦଳ ସିଧାସଳଖ ୬-୦ ଗୋଲରେ ବିଜୟୀ ହୋଇ ପ୍ରଥମ ଦଳଭାବେ ସେମିଫାଇନାଲ ପ୍ରବେଶ କରିଥିଲା। ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ଗାଙ୍ଗପୁର ସ୍ପୋର୍ଟ୍ସ ଆସୋସିଏସନ ୪-୧ ଗୋଲରେ ଝାରସୁଗୁଡ଼ାକୁ ପରାସ୍ତ କରିଥିବାବେଳେ ସୁନ୍ଦରଗଡ଼ ୧୧-୦ ଗୋଲରେ ନବରଙ୍ଗପୁର ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ୩-୦ ଗୋଲରେ ଯାଜପୁରକୁ ପରାସ୍ତ କରିଥିଲା। ସେହିଭଳି କନିଷ୍ଠ ବାଳିକା ବର୍ଗରେ ଆଜି ୩ଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ରେ ସୁନ୍ଦରଗଡ଼ ଦଳ ୧୦-୦ ଗୋଲରେ ଅନୁଗୁଳକୁ ପରାସ୍ତ କରିଥିବାବେଳେ ସମ୍ବଲପୁର ୧-୦ ଗୋଲରେ ଗାଙ୍ଗପୁର ହକି ଆସୋସିଏସନ ଓ ଦେବଗଡ଼ ୭-୦ ଗୋଲରେ ମାଲକାନଗିରିକୁ ପରାସ୍ତକରିଛି। ତେବେ ବିପକ୍ଷ ଦଳ ଅନୁପସ୍ଥିତ ରହିବାରୁ କଳାହାଣ୍ଡି, ଗଞ୍ଜାମ, ଯାଜପୁର, ଏସ୍ଏମ୍ଏସ୍ ହକି ଏକାଡେମୀ ଢ଼େଙ୍କାନାଳକୁ ବିଜୟୀ ଘୋଷଣା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button