ଖେଳ

ବିଶ୍ୱକପ ପାଇଁ ଟିମ୍‌ ଘୋଷଣା କଲା ଅଷ୍ଟ୍ରେଲିଆ – Ibnodisha

[ad_1]

ବ୍ୟୁରୋ : ଦିନିକିଆ ବିଶ୍ୱକପ ପାଇଁ ଭାରତ ଟିମ୍‌ ଘୋଷଣା କରିବା ପରେ ଅଷ୍ଟ୍ରେଲିଆ ମଧ୍ୟ ୧୫ ଜଣିଆ ଟିମ୍‌ ଘୋଷଣା କରିଛି । ୧୫ ଜଣିଆ ଟିମରେ ପ୍ୟାଟ୍‌ କମିନ୍ସଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ଅକ୍ଟୋବର ମାସ ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ । ଚଳିତ ବିଶ୍ୱକପରେ ମୋଟ ୧୦ଟି ଦେଶ ଅଂଶଗ୍ରହଣ କରିବେ । ନଭେମ୍ବର ମାସ ୧୯ ତାରିଖରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ ।ଦ୍ରୁତ ବୋଲର ପ୍ୟାଟ କମିନ୍ସ ଙ୍କୁ ଅଧିନାୟକ ପଦ ଦାୟିତ୍ୱ ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିବା ସ୍ପିନର ତନବୀର ସଂଘାଙ୍କୁ ଟିମରେ ସ୍ଥାନ ମିଳିନି । ତନବୀର ଡେବ୍ୟୁ ମ୍ୟାଚରେ ୪ଟି ଓ୍ଵିକେଟ ନେଇଥିଲେ । ବିଶ୍ୱ କ୍ରିକେଟ ଇତିହାସରେ ସର୍ବାଧିକ ଥର ବିଶ୍ୱ ଚାମ୍ପିଅନ ହେବାର ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି । ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ସେହିପରି ୧୯୭୫, ୧୯୯୬, ଅଷ୍ଟ୍ରେଲିଆ ରନର ଅପ୍ ହୋଇଥିଲା ।ପ୍ୟାଟ କମିନ୍ସ (ଅଧିନାୟକ), ଷ୍ଟିଭ ସ୍ମିଥ, ଏଲେକ୍ସ କେରୀ, ଜୋଶ ଇଂଲିଶ, ସୀନ ଏବଟ, ଏଶଟନ ଏଗର, କ୍ୟାମରୁନ ଗ୍ରୀନ, ଜୋଶ ହେଜଲଉଡ, ଟ୍ରେବିସ ହେଡ, ମିଶେଲ ମାର୍ଶ, ଗ୍ଲେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ଣ୍ଣର, ଏଡମ ଜାମ୍ପା, ମିଚେଲ ଷ୍ଟାର୍କ ।ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button