ଖେଳ

ବିଶ୍ୱକପ୍ : ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ – Ibnodisha

[ad_1]

ପୁନେ: ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ । ପୁନେରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯାଇଥିଲା । ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୫୭ ରନର ଆବଶ୍ୟକତା ରହିଥିଲା । ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ୨୬୧ ରନ କରି ସହଜରେ ମ୍ୟାଚକୁ ଜିତି ନେଇଛି । ଭାରତ ପକ୍ଷରୁ ରୋହିତ ଶର୍ମା ୪୦ ବଲରେ ୪୮ ରନ କରି ଆଉଟ ହୋଇଥିଲେ ।

ଶୁଭମନ ଗିଲ୍ ୫୫ ବଲରେ ୫୩ ରନ କରି ଆଉଟ ହୋଇଥିଲେ । ଶ୍ରେୟାସ ଆୟର ୨୫ ବଲରେ ୧୯ ରନ କରି ଆଉଟ ହୋଇଥିଲେ । ଗୋଟିଏ ପଟେ ବିରାଟ କୋହଲି ପାରିକୁ ସମ୍ଭାଳି ରଖିଥିଲେ । ପରେ ତାଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ କେଏଲ ରାହୁଲ । ବିରାଟ କୋହଲି ଏକ ଶତକୀୟ ପାରି ଖେଳିଥିଲେ । ବିରାଟ ୯୭ ବଲରେ ୧୦୩ରନ କରି ଅପରାଜିତ ରହିଥିବା ବେଳେ କେଏଲ ରାହୁଲ ୩୪ ବଲରେ ୩୪ ରନ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ମେହଦି ହାସାନ ମିରାଜ ୨ଟି ୱିକେଟ ନେଇଥିବା ବେଳେ ହସନ ମେହେମ୍ମଦ ଗୋଟିଏ ୱିକେଟ ନେଇଥେôଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button